କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୂର୍ବତନ ରାଜସ୍ବ ନିରୀକ୍ଷକ ବସନ୍ତ ମହାନ୍ତି ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଚଢାଉ କରାଯାଇଛି ।ପୁରୀର ବିଭିନ୍ନ ସ୍ଥାନରେ ଥିବା ପାଞ୍ଚୋଟି ସ୍ଥାନରେ ଏବଂ କେନ୍ଦ୍ରାପଡ଼ା ର ପୈତୃକ ଘରେ ଭିଜିଲାନ୍ସ ଚଢାଉ କରାଯାଇ ଆୟ ବହିର୍ଭୁତ ସମ୍ପତି ସହିତ କିଛି ଜରୁରୀ କାଗଜପତ୍ର ର ସନ୍ଧାନ ମିଳିଛି |
ତାଙ୍କର କାର୍ଯ୍ୟକାଳ ସମୟରେ ଜମିର କିସମ ପରିବର୍ତ୍ତନ ମାମଲା ଅଭିଯୋଗ ପୂର୍ବକ ସମ୍ମାକୁ ଆସିବା ପରେ ନିକଟ ଅତୀତରେ ପୁରୀ ଉପ ଜିଲ୍ଲାପାଳ ତହସିଲ କାର୍ଯ୍ୟାଳୟ ର ୨ ଜଣ କର୍ମଚାରୀ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ |ବସନ୍ତ ମହାନ୍ତି ପୁରୀ ସହରର ଏକ ଚର୍ଚ୍ଚିତ ନାମ ଦୀର୍ଘ ବର୍ଷ ଧରି ପୁରୀରେ RI ରୂପେ କାର୍ଯ୍ୟକରି ମଧ୍ୟ ଅନ୍ୟତ୍ର ବଦଳି ହେଉନ ଥିଲେ |ଯେତେବେଳେ ବଦଳି ର ସୂଚନା ପ୍ରାପ୍ତ ହେଉଥିଲା ସେତେବେଳେ କର୍ମଚାରୀ ମାନଙ୍କ ସାମୁହିକ ଅଦ୍ଭୁତ ପୂର୍ବ ଆନ୍ଦୋଳନ ମୁଣ୍ଡ ଟେକିଥିଲା |
ତେଣୁ ବସନ୍ତ ମହାନ୍ତି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ପ୍ରଶାସନ ନିକଟରେ ଜଣେ କ୍ଷମତା ସମ୍ପନ୍ନ ଅନୁଭବୀ ରାଜସ୍ବ ନିରୀକ୍ଷକ ରୂପେ ବିବେଚିତ ହୋଇ ଅବସର ନେବା ପରେ ମଧ୍ୟ ପୁରସ୍କାର ସ୍ୱରୂପ ରାଜ୍ୟ ସରକାର ଶ୍ରୀମନ୍ଦିର ଚତୁର୍ପାଶ୍ୱ ସୁରକ୍ଷା ବଳୟ ଜମି ଚି଼ହ୍ନଟ ଏବଂ କାଗଜାତ ସମ୍ପର୍କିତ ସ୍ୱତନ୍ତ୍ର ଦାୟିତ୍ୱ ଅର୍ପଣ କରିଥିଲେ ଯେଉଁଥିରେ କି ସେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି |ଏହି ସବୁ ଦୃଷ୍ଟିରୁ ବିଚାରକୁ ନେଲେ ଆଜିର ଭିଜିଲାନ୍ସ ଚଢାଉ ପୁରୀ ସହର ନିମନ୍ତେ ଏକ ଚର୍ଚ୍ଚା ର ବିଷୟ ହୋଇଥିଲା |ସମାଚାର ପ୍ରସ୍ତୁତ ହେବା ବେଳକୁ ଭିଜିଲାନ୍ସ ର ଅନୁସନ୍ଧାନ ଜାରିରହିଥିଲା |