
ପୁରୀ, ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଆଜି ଭାସିଯାଇଥିଲେ ୭ ପର୍ଯ୍ୟଟକ । ୬ ଜଣଙ୍କୁ ସ୍ଥାନୀୟ ନୋଳିଆ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ ତାଙ୍କୁ ଖୋଜାଖୋଜି ଜାରୀ ରହିଛି । ନିଖୋଜ ଯୁବକ ଝାଡ଼ଖଣ୍ଡର ଦୀପକ କୁମାର । ସମସ୍ତ ପର୍ଯ୍ୟଟକ ଝାଡ଼ଖଣ୍ଡ ବୋକାରୋ ଅଂଚଳର ହୋଇଥିବା ସୂଚନା ମିଳିଛି । ସେମାନେ ପୁରୀ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଛି ।