
ମାଲକାନଗିରି, ଆର୍ଯ୍ୟ ଭୂମି ଭାରତ। ଯେଉଁ ମହାନ ଦେଶର ସର୍ବ ପ୍ରାଚୀନ ଭାଷା ସଂସ୍କୃତ। ଭାଷାଗୁଡିକର ଜନନୀ। ସେହି ମାଆ ଭାଷାର ରକ୍ଷା କବଚ ସାଜିଥିବା ଶିକ୍ଷକମାନଙ୍କର ଏକ ସମ୍ମିଳନୀ ମାଲକାନଗିରି ବ୍ଲକ ଏମ୍ ଭି – ୭ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂସ୍କୃତ ଭାଷାର ସୁରକ୍ଷା, ସଂସ୍କୃତ ଶିକ୍ଷକମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ରାଜ୍ୟ ମହାସଂଘ ସହ ଆଲୋଚନା କରି କାର୍ଯ୍ୟ କରିବାକୁ ସ୍ଥିର କରାଯାଇଥିଲା। ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ସହିତ ମିଶି ସରକାରଙ୍କ ସହ ଆଲୋଚନା କରି ସମସ୍ୟାଗୁଡ଼ିକ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ସମ୍ମିଳନୀରେ ଜିଲ୍ଲା ସଙ୍ଘର ସଭାପତି ମହେଶ୍ୱର ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ କରୁଣାକର ମଲିକ ବାର୍ଷିକ ବିବରଣୀ ପଠନ କରିଥିଲେ। ରାଜ୍ୟ ସଙ୍ଘ ଦକ୍ଷିଣ ସମ୍ଭାଗ ସଂଯୋଜକ ଗୋଦାବରୀଶ ଦାସ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରି ମିଳିତ ଉଦ୍ୟମ କଲେ ସବୁ କାର୍ଯ୍ୟ ସହଜ ଓ ସରଳ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଚତୁର୍ଭୁଜ ଦାଶ, ସଂଗଠନ ସମ୍ପାଦକ ବିନାୟକ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରଶ୍ମିତା ମହାରଣା ପ୍ରମୁଖ ପଚାଶରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ସମ୍ପାଦକ କରୁଣାକର ମଲିକ ଙ୍କ ସ୍ବଲିଖିତ କବିତା ସଙ୍କଳନ “ପ୍ରଥମ ପରିଚୟ “ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO