କୃଷ୍ଣ କୁମାର ମହାନ୍ତି, ବାଲେଶ୍ଵର
ବାଲେଶ୍ବରୀ ଜଉକଣ୍ଢେଇ ଭାରତୀୟ ପାରମ୍ପରିକ କଣ୍ଢେଇରେ ସ୍ଥାନିତ ହେବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭରଶୀଳ ଯୋଜନାକୁ ସମ୍ମାନ ଜଣାଇ ଆଜି ୨୬ ତାରିଖ ଅପରାହ୍ନ ଠିକ୍ ୩ ଟା ସମୟରେ କୁରୁଡାସ୍ଥ ଓଡ଼ିଶା ଫୋଲ ଅଫ୍ ପରିସରରେ ଦୁଇ ମାସିଆ ଏକ ବାଲେଶ୍ବରୀ ଜଉକଣ୍ଢେଇ ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି ।
‘ଓଡ଼ିଶା ଫଲୋଅପ୍’ର ମୁଖ୍ୟ ଓ ପ୍ରତିଷ୍ଠାତା ବିଶପ୍ ଡି.ବି. ହୃଦୟ ସୁନ୍ଦର ଏକ ମାଟିରେ କଣ୍ଢେଇ ତିଆରି କରି ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ । ପାର୍ବତୀ ସାହୁ ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିବା ବେଳେ ଶିଳ୍ପୀ କେଶୁଦାସ ପ୍ରଶିକ୍ଷଣ ଶିବିରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଓଡ଼ିଶା ଫଲୋଅପ୍ ସହ-ନିର୍ଦ୍ଦେଶିକା ହିରଣ୍ମୟୀ ଦଣ୍ଡିଆ ଯୋଗ ଦେଇ ଶିବିରର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷିକା ଜଉକଣ୍ଢେଇ ଶିଳ୍ପୀ ମାୟା ନାୟକ ପ୍ରଶିକ୍ଷଣର ବିବରଣୀ ପ୍ରଦାନ କରିଥିଲେ ।
ଏଥିରେ ଆରସିଡିସି ଏବଂ କେସିଡିସିର ୨୦ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଉଛନ୍ତି । ବାଲେଶ୍ବରୀ ବରକନିଆ ଜଉକଣ୍ଢେଇ ସହ ଚଢେଇ, କଇଁଛ, ଘର, ଗଛ ଓ ବିଭିନ୍ନ ଖେଳନା ମାଟିରେ ତିଆରି କରି ପୋଡ଼ାଯାଇ ଜଉ ରଂଗରେ ତିଆରି କରାଯିବ ।
ଶେଷରେ ଆରସିଡିସିର ପରିଚାଳକ ବିଭୁଦତ୍ତ ବେହେରା ଧନ୍ୟବାଦ ଦେଇଥିଲେ । ଏହି ଶିବିରରେ ବିଶିଷ୍ଟ ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସଙ୍କ ସମେତ ଓଡ଼ିଶା ଫଲୋଅପର ବହୁ ଅନ୍ତେବାସୀ ଏନୀକୋ ଦାଣ୍ଡିଆ, ଆରତୀ ବେହେରା, ସୁମନ ବେହେରା, ସିଫୋନୀୟ ନାୟକ, ଅମ୍ରିକା ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ ।