ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଐତିହାସିକ ଲାଲ କିଲ୍ଲାରୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରଙ୍ଗା ପତାକାକୁ ଅଭିବାଦନ ଜଣାଉଥିବାର ଦୃଶ୍ୟ କୁ Sandanimation ମାଧ୍ୟମରେ ତିଆରି କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତରାଷ୍ଟୀୟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ |ଏହି Sandanimation ବନାଇବାପାଇଁ ତାଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା |
ଓଡିଶା ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଆମର ପ୍ରିୟ ତ୍ରିରଙ୍ଗା
ର ବାଲୁକାକଳା ମାଧ୍ୟମରେ ଚିତ୍ରଣ କରିବା ସହିତ ୭୨ ତମ ସାଧାରଣତନ୍ତ୍ର ଦିବସ ରେ ଦେଶର ଉର୍ନ୍ନତି କାମନା କରିଛନ୍ତି ଅନ୍ତରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ |ଏହି କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି |ଏହି ବାଲୁକା କଳା ନିର୍ମାଣ କରିବାକୁ ଅନ୍ତରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା |ସେ ଏଥିରେ “happy republic day “ଏବଂ “mera bharat mahan “ର ବାର୍ତ୍ତା ଦେଇଛନ୍ତି |ଏହି ବାଲୁକା କଳା ନିର୍ମାଣ କରିବାରେ ତାଙ୍କ ଛାତ୍ର ଚିତ୍ତରଞ୍ଜନ ମହାନ୍ତି ତାଙ୍କୁ ସହଯୋଗ କରିଥିଲେ |
ଶ୍ରୀସାହୁ ବାଲୁକା କଳା ମାଧ୍ୟମରେ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିଛନ୍ତି |