
ମାଲକାନଗିରି-ଆଜି ମାଓ କାର୍ଯ୍ୟ କଳାପରେ ଅତିଷ୍ଠ ହୋଇ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି!ଉକ୍ତ ମାଓବାଦୀ ର ନାମ ଲାଛି ଖରା ଓରଫ ଗୀତା, ତା ଘର ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ସ୍ଥିତ ଯୋଡମ୍ବ ଥାନା ମୁକୁଡ଼ପାଲି ଗ୍ରାମରେ!ସେ ମାଓ ସଂଗଠନରେ ପାର୍ଟି ମେମ୍ବର ଭାବେ କାମକରୁଥିଲା!
ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇ, ହନ୍ତାଳଗୁଡା, ଦରଲାବେଡା, ଗୋରାସେତୁ ଓ ଅଣ୍ଡରାହାଲ ପ୍ରଭୁତି ସ୍ଥାନରେ ବିଏସଏଫ କ୍ୟାମ୍ପ ହେବା ସହ ଅପେରସନ ଜୋରଦାର ହେବା, ସ୍ଥାନୀୟ ନେତା ଓ ମେମ୍ବର କୁ ଅବହେଳା,ସହ ସ୍ୱାଭିମାନ ଅଞ୍ଚଳ ରେ ଚାଲିଥିବା ଉନୟନ୍ନ କାମ ଗୁଡିକରେ ପ୍ରଭାବିତ ହୋଇ ସେ ଆତ୍ମସମର୍ପଣ କରିବାକୁ ଇଚ୍ଛା ପ୍ରକାଶ କରିଥିବା ପୋଲିସ ନିକଟରେ ଜଣାଇଥିଲା!ତାକୁ ମାଓ ଥଇଥାନ ନିୟମ ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି!