
ମାଲକାନଗିରି-ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଗତ ସେପ୍ଟେମ୍ବର ମାସରେ ସହରର ୧୮ ଜଣ ଲୋକଙ୍କୁ ଜାଲିଆତି କରିଜମି ପଟ୍ଟା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଏହାର ଖୋଳତାଡ ଆରମ୍ଭ ହୋଇଥିଲା । ତଦନ୍ତ ପରେ ଜିଲ୍ଲାପାଳ ଜଣେ ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ ଏନକ୍ରୋଚମେଣ୍ଟ କିରାଣୀ ଦିବ୍ୟସିଂହ ପାଇକରାୟଙ୍କୁ ନିଲମ୍ବିତ କରିଛନ୍ତି । ମାମଲାରେ ସମ୍ପୃକ୍ତ ଦୁଇ ନିଲମ୍ବିତ ଅଧିକାରୀଙ୍କୁ ମୋଟୁ ତହସିଲରେ ଉପସ୍ଥିତ ରହିବାକୁ କୁହାଯାଇଛି । ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରି ଜମି ମାଲିକମାନଙ୍କ ସହ ତହସିଲ କାର୍ଯ୍ୟାଳୟର ଅଧିକାରୀମାନେ ମୋଟା ଅଙ୍କର ଟଙ୍କା ହଡପ କରି ରାତାରାତି ୧୮ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରିଦେଇଥିଲେ । ପଟ୍ଟା ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଠିକାଦାର, ନାମୀଦାମୀ ବ୍ୟବସାୟୀ, ରାଜନେତା, ଚାକିରିଆ ପରିବାର ଏବଂ ବିଦ୍ୟାର୍ଥୀମାନେ ପାଇଛନ୍ତି।ସ୍ଥାନୀୟ ଗରିବ ଲୋକେ ପଟ୍ଟା ମିଳୁନଥିବାରୁ ନିଜର ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିପାରୁ ନ ଥିବାବେଳେ ଏମାନଙ୍କୁ ବସୁନ୍ଧରା ଯୋଜନା କିମ୍ବା ଲିଜ ପଟ୍ଟା ମଧ୍ୟ ପ୍ରଦାନ କରାଯାଉ ନାହିଁ । କାଲିମେଳା ଅଞ୍ଚଳରେ ଶହ ଶହ ହିତାଧିକାରୀ ପଟ୍ଟା ନଥିବରୁ ଘର କରିପାରୁନଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବସ୍ତିବାସିନ୍ଦାଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଗଲା ନାହିଁ, ଯାହାଫଳରେ ବ୍ୟକ୍ତିଗତ ଋଣ, ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର ପାଇପାରିଲେ ନାହିଁ । ଯାହାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ୧୮ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି ସେମାନେ ବାହାର ଜିଲ୍ଲାର ହେବା ସହ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ବୋଲି ଜଣାପଡିଥିଲା। ତେବେ କାଲିମେଳା ତହସିଲର କିରାଣୀ ଏବଂ ରାଜସ୍ବ ନିରୀକ୍ଷକଙ୍କ ସମେତ ଅନ୍ୟ କେଉଁମାନେ ଏଥିରେ ସଂଶ୍ଲିଷ୍ଟ ରହିଛନ୍ତି ସେନେଇ ତଦନ୍ତ କରାଯାଇ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO