
ପୁରୀ– ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଜଗନ୍ନାଥ ବଲ୍ଲଭ ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଗିଥିବା ବ୍ୟାରିକେଡ୍ ଆସନ୍ତା କାଲିଠୁ ହଟିବ । ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) କନୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି । ବିଶେଷ କରି ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ବ୍ୟାରିକେଡ୍ ଖୋଲାଯିବ ବୋଲି ସେ କହିଛନ୍ତି । ଶ୍ରଦ୍ଧାଳୁଙ୍କ ଠାରୁ ନିଆଯାଇଥିବା ମତାମତ ଆଧାରରେ ଏହି ନିଷ୍ପତି ଗ୍ରହଣ କରାଯାଇଥିବା ସେ କହିଛନ୍ତି ।