Related Stories
November 24, 2024
କେନ୍ଦୁଝର- କେନ୍ଦୁଝର ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ସଜାଡିବା ଦିଗରେ ପୋଲିସ ସଫଳ ହୋଇ ପାରୁ ନାହିଁ । ଜିଲ୍ଲାର ଖୋଦ ମୁଖ୍ୟାଳୟ ପରେ ଏବେ ଝୁମ୍ପୁରା ଅଂଚଳରେ ଆଇନ ଶୃଙ୍ଖଳା ଅଧୋଗତି କାରଣରୁ ଚୋରୀ, ଲୁଟ ଆଦି ବଢୁଥିବା ଅଭିଯୋଗ ଆସୁଛି । କେନ୍ଦୁଝର ସହରେ ଦିନକୁ ଦିନ ଚୋରୀ ,ଲୁଟେରା, ଅସମାଜିକ ଲୋକଙ୍କ ସହ ମଦ୍ୟପଙ୍କର ପାଦୁର୍ଭାବ ବଢୁଥିବା ବେଳେ ଏବେ ଝୁମ୍ପୁରା ଥାନା ଅଚଂଳରେ ଚୋରୀ, ଲୁଟ ବଢିବାରେ ଲାଗିଛି । ଚଳିତ ମାସ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଝୁମ୍ପୁରା ବାଇପାସ ପାଖରେ ଥିବା ଘର, ବାଲିବନ୍ଧ, ଅର୍ଶଳା ଗ୍ରାମରୁ ୪ ଟି ଚୋରି ଘଟଣା ଘଟି ସାରିଲାଣି । ଏ ନେଇ କ୍ଷତିଗ୍ରସ୍ଥ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହା ବ୍ୟତିତ ଜାତୀୟ ରାଜପଥ ପାଶ୍ୱର୍ରେ ପାର୍କିଂ ଥିବା ଟ୍ରକ ଗୁଡିକରୁ ଡିଜେଲ ଚୋରି ଘଟଣା ଦୈନ ଦିନ ଘଟଣାରେ ପରିଣତ ହୋଇଛି । ରାତ୍ରୀ ୯ ଟା ପରେ ଝୁମ୍ପୁରା ବଜାରର ନିର୍ଦ୍ଧିଷ୍ଟ ୨ଟି ଜାଗା, ବ୍ଲକ କାର୍ଯ୍ୟାଳୟ ରାସ୍ତା, ବିଦେଶୀ ମଦ ଦୋକାନ ପାଖ କେନାଲ ରାସ୍ତା, ଦୂର୍ଗାପୁର ଗାଁ ଛକ, ଶ୍ରୀରାମପୁର ଛକ ରାସ୍ତା ଉପରେ ଅସାମାଜିକ କାର୍ଯ୍ୟା କଳାପ ବୃଦ୍ଧି ପାଇବାରେ ଲାଗିଛି । କିଛି ସଂଖ୍ୟାରେ ଯୁବକ ଉପରୋକ୍ତ ସ୍ଥାନ ଗୁଡିକରେ ଏକାଠି ହୋଇ ନିଶାସକ୍ତ ଅବସ୍ଥାରେ ହୋ ହାଲ୍ଲା କରିବା, ଲୋକଙ୍କୁ ମରପିଟ କରିବା ସହିତ ରାସ୍ତା ଉପରେ ଆଡ୍ଡା ଜମାଉଛନ୍ତି । ଉପରୋକ୍ତ ଅଭିଯୋଗ ନେଇ ବୁଦ୍ଧିଜିବୀ ଫୋରମ ରୁ ଝୁମ୍ପୁରା ଥାନାକୁ ଅବଗତ କରାଯାଇଥିଲେ ହେଁ, ପୋଲିସ ର ଏକମାତ୍ର ଉତର ଆମେ ଦେଖୁଛୁ । ଲୁଟ କରୁଥିବା ଯୁବକ ମାନଙ୍କ ହାତରେ ପିସ୍ତଲ ଓ ଭୁଜାଲି ରହୁଥିବା କଥା ଲୁଟର ଶିକାର ହେଉଥିବା ଲୋକମାନେ ବିଶେଷ ଭାବେ ଟ୍ରକ ଗୁଡିକର ଡ୍ରାଇଭର ମାନେ କହଛନ୍ତି । ଗତ ୧୪ ତାରିଖ ବିଳମ୍ବିତ ରାତ୍ରୀ ରେ ଏକ ଓମିନି ଗାଡି ନଂ-ଓଡି ୦୯ଡି-୬୮୭୨ରୁ ଥାନା ନିକଟରେ ୪ଥର ଗୁଳି ଫୁଟା ଯାଇଥିବା ବିଭିନ୍ନ ସୂତ୍ରରୁ ଜାଣିବାକୁ ମିଳିଥିବା ବେଳେ ୨ଦିନ ପରେ ଉକ୍ତ ଓମିନି ଗାଡିକୁ ପୋଲିସ ଜବତ କରିଛି । କିନ୍ତୁ ଗୁଳି ଫୁଟିବା ସମ୍ବନ୍ଧରେ ଝୁମ୍ପୁରା ଥାନାଧିକାରୀ ମୁହଁ ଖୋଲୁ ନାହାଁନ୍ତି କିମ୍ବା ଓମିନି ଗାଡି ଜବତ ଘଟଣାରେ ପୋଲିସ ବର୍ତମାନ ପର୍ଯ୍ୟନ୍ତ କହାରିକୁ ଗିରଫ କରିନାହିଁ । ଯେଉଁଥିପାଇଁ ପୋଲିସ ଉପରେ ଲୋକଙ୍କର ଆସ୍ଥା ତୁଟିବାରେ ଲାଗିଛି । ଏଭଳି ସ୍ଥିତିରେ ବିଭାଗୀୟ ଜିଲ୍ଲା କର୍ତୃପକ୍ଷ ତୁରନ୍ତ ଏଥିରେ ହସ୍ତେକ୍ଷପ କରିବା ଅଧିକ ଆବଶ୍ୟତା ରହିଥିବା ମତ ପ୍ରକାଶ ପାଇଛି ।