
ଭୁବନେଶ୍ୱର- ବର୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୭୪୩ଜଣଙ୍କୁ ଟିକାକରଣ କରାଯାଇଛି । ଏଥିମଧ୍ୟରୁ ଗତକାଲି ରାଜ୍ୟରେ ୯୩ଟି ସେସନରେ ୭୯୪୬ ଜଣଙ୍କୁ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଆଜି ପଂଚମ ଦିନରେ ସର୍ବାଧିକ ଟିକାକରଣର କରାଯିବାର ଲକ୍ଷ୍ୟ ରହିଛି । ଆଜି ୪୩୬ଟି ସେସନରେ ୩୭ହଜାର ୭୬ ଟିକାକରଣ କରାଯିବ ବୋଲି ଜଣାଯାଇଛି ।
ସେ କହିଛନ୍ତି ଯେ ଭୁବନେଶ୍ୱରରେ ୧୭ଟି ସେସନରେ ୧୬୭୪ ଜଣଙ୍କର ଟିକାକରଣ ହୋଇଛି । ଏଯାବତ୍ ଭୁବନେଶ୍ୱରରେ ସର୍ବମୋଟ ୫୮୪୯ଜଣଙ୍କର ଟିକା କରଣ କରାଯାଇଛି ।
ଗତକାଲି କେଉଁଠି ବି ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଯେ, ଯେଉଁଭଳି ଲୋକମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି, ସେଥିରେ ଆମର ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହେବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO