-
ଦଳକୁ ଓ୍ଵାର୍ଡସ୍ତରରେ ପହଞ୍ଚାଇ ଅଧିକ ମଜଭୁତ କରିବାକୁ ନିଆଗଲା ସଂକଳ୍ପ
ଆଜି ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ନୂତନ ଭାବେ ମନୋନୀତ ହୋଇଥିବା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ସଭାପତି ସୀମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ବିଶିଷ୍ଟ ସମାଜସେବୀ ତଥା ନାରୀ ନେତ୍ରୀ ସୁବାସିନୀ ଜେନା, ନୀଳଗିରିର ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ରାଜ୍ୟ ଛାତ୍ର ଜନତା ଦଳର ପର୍ଯ୍ୟବେକ୍ଷକ ଚିନ୍ମୟ ଦାସ, ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଭୁବନାନନ୍ଦ ଦାସ , ପୂର୍ବତନ ଉପନଗରପାଳ ମନୋଜ ରାଉତ,ଜିଲ୍ଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ଟାଉନ ସଭାପତି ସନତ୍ ଦାସ,କୃଷକ ସଭାପତି ଅଜୟ ସାମଲ, ପୂର୍ବତନ ସଦର ଛାତ୍ର ସଭାପତି ଭବାନୀ ପଣ୍ଡା, ପୂର୍ବତନ ଟାଉନ ଛାତ୍ର ସଭାପତି ତଥା ଯୁବ ବିଜେଡିର ଜିଲ୍ଲା ଉପସଭାପତି ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଉପସ୍ଥିତ ଛାତ୍ରଛାତ୍ରୀ ନେତୃତ୍ବକୁ ଉଦବୋଧନ ଦେଇ ସଦର ବିଧାୟକ ଓ ଶ୍ରୀମତୀ ଜେନା କହିଥିଲେ ଯେ, ବିଜୁ ଛାତ୍ର ଜନତା ଦଳ ବିଗତ ଦିନ ମାନଙ୍କରେ ବିଭିନ୍ନ ପ୍ରକାର ସାମାଜିକ କାମରେ ଯେପରି ରକ୍ତଦାନ, ବୃକ୍ଷରୋପଣ ଆଦି କାର୍ଯ୍ୟରେ ନିୟୋଜିତ ରହିବା ସହ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରା ଯାଇପାରିବ ସେ ଦିଗରେ କାର୍ଯ୍ୟ କରୁଛୁ। ଆଗାମୀ ଦିନରେ ଦଳକୁ ୱାର୍ଡ ସ୍ତରରେ ପହଞ୍ଚାଇବା ସହ ଘରକୁ ଘର ଯାଇ ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ପହଞ୍ଚାଇବା ଦିଗରେ ଯତ୍ନବାନ୍ ହେବାକୁ ଉପଦେଶ ଦେଇଥିଲେ।
ଏହି ସମ୍ୱର୍ଦ୍ଧନା ଉତ୍ସବରେ ଜିଲ୍ଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ର ପ୍ରାରମ୍ଭରେ ସୂଚନା ଦେଇଥିଲେ ଯେ, ବିଜୁ ଛାତ୍ର ଜନତା ଦଳ ଆଗାମୀ ଦିନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତି ନେଇଥିଲେ। ସମସ୍ତ ନବନିଯୁକ୍ତ ୧୦ ଉପସଭାପତି, ୧୦ ସାଧାରଣ ସଂପାଦକ, ୨୦ ସଂପାଦକ, ୨ ସୋସିଆଲ ମିଡ଼ିଆ ସଂଯୋଜକ ସହ ୧୨ ବ୍ଲକ ସଭପତି ଏବଂ ସୋରୋ ମ୍ୟୁନିସିପାଲିଟି, ଜଳେଶ୍ଵର ମ୍ୟୁନିସିପାଲିଟି, ବାଲେଶ୍ବର ଟାଉନ ସହ ନୀଳଗିରି ବିଜ୍ଞାପିତ ଅଞ୍ଚଳର ସଭାପତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ, ବାଲେଶ୍ଵର ଜିଲ୍ଲା ତରଫରୁ ସମସ୍ତ ନିର୍ବାଚନ ମଣ୍ଡଳୀର ବ୍ଲକ ମାନଙ୍କର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରାଯିବା ସହ ପ୍ରତ୍ୟେକ ବ୍ଲକରେ ୫ ଜଣ ଉପସଭାପତି ,୧୦ ଜଣ ଲେଖା ସାଧାରଣ ସମ୍ପାଦକ ,୧୦ ଜଣ ସମ୍ପାଦକ ଓ ପ୍ରତ୍ୟେକ ପଞ୍ଚାୟତରେ ସଭାପତି ଓ ସୋସିଆଲ ମିଡିଆ ଛାତ୍ର ନେତା ମନୋନୀତ କରାଯିବ ବୋଲି ସଭାପତି କହିଥିଲେ।
ଉକ୍ତ ସମ୍ୱର୍ଦ୍ଧନା ସଭାରେ ହରେକଷ୍ଣ ପ୍ରଧାନ ମଞ୍ଚ ଆହ୍ବାନ କରିଥିଲା ବେଳେ ପ୍ଲାବନ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।