
ଜଗନ୍ନାଥ ପ୍ରସାଦ :୨୦.୦୧.୨୦୨୧ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ମୋହନ ପ୍ରଧାନଙ୍କ ପତ୍ନୀ ସ୍ଵର୍ଗତ ସତ୍ୟଭାମା ପ୍ରଧାନ ପ୍ରାୟ ୮୦ ବର୍ଷ ବୟସରେ ଅଦ୍ୟ ତା- ୨୦.୦୧.୨୦୨୧ ରିଖ ପ୍ରାତଃ ୦୩.୦୦ ଘ. ସମୟରେ ମଳିଙ୍ଗୀ ଗ୍ରାମରେ ନିଜ ଘରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ ।ଏଥିପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଵର୍ଗତ ସତ୍ୟଭାମା ପ୍ରଧାନ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁତିକୃଷ୍ଣ ପ୍ରଧାନ ଓ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ମାତା ଅଟନ୍ତି। ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ବୋହୂ, ତିନି ଝିଅ ଜ୍ବାଇଁ, ନାତି ନାତୁଣୀ, ବନ୍ଧୁ, ପରିବାର, ଗ୍ରାମବାସୀ ବୃନ୍ଦ ଓ ଆତ୍ମୀୟ ସ୍ଵଜନ ମାନେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO