ଜଗନ୍ନାଥ ପ୍ରସାଦ :୨୦.୦୧.୨୦୨୧ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ମୋହନ ପ୍ରଧାନଙ୍କ ପତ୍ନୀ ସ୍ଵର୍ଗତ ସତ୍ୟଭାମା ପ୍ରଧାନ ପ୍ରାୟ ୮୦ ବର୍ଷ ବୟସରେ ଅଦ୍ୟ ତା- ୨୦.୦୧.୨୦୨୧ ରିଖ ପ୍ରାତଃ ୦୩.୦୦ ଘ. ସମୟରେ ମଳିଙ୍ଗୀ ଗ୍ରାମରେ ନିଜ ଘରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ ।ଏଥିପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଵର୍ଗତ ସତ୍ୟଭାମା ପ୍ରଧାନ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁତିକୃଷ୍ଣ ପ୍ରଧାନ ଓ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ମାତା ଅଟନ୍ତି। ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ବୋହୂ, ତିନି ଝିଅ ଜ୍ବାଇଁ, ନାତି ନାତୁଣୀ, ବନ୍ଧୁ, ପରିବାର, ଗ୍ରାମବାସୀ ବୃନ୍ଦ ଓ ଆତ୍ମୀୟ ସ୍ଵଜନ ମାନେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Related Stories
May 13, 2024
May 13, 2024