
ମାଲକାନଗିରି– ମାଲକାନଗିରି ଜିଲ୍ଲା ଚଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ନିକଟରେ ଆଜି ସକାଳ ୭ ଟା ସମୟରେ ଗୋଟିଏ ଗାଡି ଦୁର୍ଘଟଣା ହୋଇ ସେଥିରେ ନିଆଁ ଲାଗିବାର ଦେଖିବାକୁ ମିଳିଥିଲା! ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା! ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଡି ଟି ମାଲକାନଗିରି ରୁ ଆସି ଛତିଶଗଡ କୁ ଯାଉଥିବା ସମୟରେ ହଠାତ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ଗଛ ରେ ପିଟି ହୋଇଥିଲା ପରେ ଉକ୍ତ ଗାଡି ରୁ ଦୁଇ ଜଣ ବାହାରି ଗାଡିଟି କୁ ନିଆଁ ଲଗାଇ ଦେଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ!ଏହା ଆଗରୁ ଗାଡି ରେ ଥିବା ଗଞ୍ଜେଇ କୁ ବାହାର କରି ଜଙ୍ଗଲ ମଧ୍ୟରେ ଲୁଚାଇ ଦେଇ ଥିଲେ କିନ୍ତୁ ପରେ ଗ୍ରାମ ବାସିଙ୍କ ସାହାଯ୍ୟ ରେ କିଛି ମାତ୍ରା ରେ ଗଞ୍ଜେଇ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା ପରବର୍ତୀ ସମୟରେ ଗ୍ରାମବାସୀ ଖବର ଦେବା ପରେ ଦମକଳ ଗାଡି ଆସି ନିଆକୁ ଆୟତ କରିଥିଲେ ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଦମକଳ ବହିନୀଙ୍କ ଯାଞ୍ଚ ସମୟରେ ଗାଡ଼ିଟିର ଡୋର ଗୁଡିକରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଛି ଗାଡିଟି କାହାର ଜଣା ପଡ଼ିନହିଁ l ବର୍ତମାନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଚାଳକକୁ ଖୋଜିବାକୁ ଲାଗିଛି!ପ୍ରକାଶ ଥାଉକି ଗତ କିଛିଦିନ ତଳେ ଏମଭି ୧ ୭ ଠାରେ ଏକ ଗଞ୍ଜେଇ ନେଇ ଯାଉଥିବା ଗାଡ଼ିରେ ନିଆଁ ଲାଗିଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO