
ମାଲକାନଗିରି-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଉପାନ୍ତ ନୁଆଗୁଡ଼ା ପଞ୍ଚାୟତର ଆରଏସସି ୧ ୧ ନମ୍ବର ସିଦ୍ଧି ଗଣେଷ ବାବାଙ୍କ ଶୁନ୍ୟ ମନ୍ଦିର ଠାରେ ଅବିଭକ୍ତ କୋରାପୁଟ ଓ ମାଲକାନଗିରି ଜିଲାର ଅଲେଖ ମହିମା ଧର୍ମୀ ଦୀକ୍ଷିତ ଭକ୍ତ ମାନଙ୍କର ବରିଷ୍ଠ ଟହଲିଆଙ୍କ ଦାୟିତ୍ୱ ଧାରୀ ମାନଙ୍କୁ ନେଇ ଅଲେଖ ସମାଜର ସମାବେଶ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆଜକୁ ଦୀର୍ଘ ଚାରି ମାସ ହେଲା ଶ୍ରୀ ଚରଣ ବାବାଙ୍କ ଦେହାନ୍ତ ପରେ ଅଲେଖ ସମାଜର ଉଭୟ ମାଲକାନଗିରି ତଥା କୋରାପୁଟ ଜିଲା ଅଲେଖ ସମାଜ ପରିଚାଳନା ପାଇଁ ସଭାପତି ପଦ ଖାଲି ପଡିଥିଲା। ନୂଆ ସଭାପତି ଚୟନ ପାଇଁ କିଛି ଦିନ ହେଲା ଉଭୟ ଜିଲାର ଭକ୍ତ, ଉଭୟ ଜିଲାର ଅଧିକାରୀ, ଟହଲିଆ ମାନଙ୍କ ଆଲୋଚନା ପ୍ରସଙ୍ଗରେ ପ୍ରସ୍ତାବ ରଖାଯାଇ ନିଷ୍ପତ୍ତି କ୍ରମେ ଆଜି ଉଭୟ ଜିଲାର ବରିଷ୍ଠ ଟହଲିଆ, ଅଲେଖ ଧର୍ମୀ ଭକ୍ତ, ଆଇତୁ ବାବାଙ୍କ ଉପସ୍ଥିତିରେ ଅଲେଖ ସମାଜର ସମାବେଶ ବୈଠକ ସହିତ ଉଭୟ ଜିଲ୍ଲାକୁ ପରିଚାଳନା କରିବା ପାଇଁ ସନ୍ଥ ଗୁରୁ ଭୀମ ଭୋଇଙ୍କୁ ସ୍ମରଣ ଧୂନି ଦେଇ ସହଦେଵ ବାବାଙ୍କୁ ନୂଆ ସଭାପତି ଭାବରେ ଚୟନ କରାଯାଇ ପୁଷ୍ପ ଗୁଚ୍ଛ ସହ ଦାୟିତ୍ୱ ଦିଆଯାଇଥିଲା। ସହଦେଵ ବାବା ଉଭୟ ଜିଲ୍ଲାର ଅଲେଖ ମହିମା ଧର୍ମୀ ସମାଜକୁ ସଠିକ ମାର୍ଗରେ ପରିଚାଳନା କରିବାକୁ ମତ ରଖିଥିଲେ। ପରେ ସଭାପତିଙ୍କ ସମେତ ସମସ୍ତ ଭକ୍ତ ଖଞ୍ଜଣୀ ଓ ଝାଞ୍ଜ ଧରି ସନ୍ଥ ଭୀମଭୋଇଙ୍କ ଉଦେଶ୍ୟରେ ଏକ ସୁନ୍ଦର ଗୀତ ବାଦ୍ୟ ଯନ୍ତ୍ର ତାଳେ ତାଳେ ସିଦ୍ଧି ଗଣେଷ ବାବାଙ୍କ ଶୁନ୍ୟ ମନ୍ଦିର ଏବଂ ଯଜ୍ଞ ମଣ୍ଡପ ଚାରି ପାର୍ଶ୍ଵ ପରିକ୍ରମା କରିଥିଲେ। ଉକ୍ତ ଅଲେଖ ଧର୍ମ ପ୍ରଚାର ପ୍ରସାର ଦ୍ଵାରା ଉଭୟ ଜିଲାର ଵହୁ ଲୋକ ମଦ ଓ ମାଂସ ଛାଡିଛନ୍ତି, ବହୁ ପରିବାର ଭିତରେ ଶୁଙ୍ଖଳିତ ଜୀବନ ଯାପନ ସହ ଶାନ୍ତି ଚେତନା ଫେରିଛି। ବହୁ ପରିବାର ଅଲେଖ ଧର୍ମକୁ ଆନନ୍ଦରେ ଆପଣେଇ ବାଦ ହିଂଶା ଛାଡ଼ି ଶାନ୍ତିରେ ଅଛନ୍ତି। ଲୋକଙ୍କ ଭିତରେ ଧାର୍ମିକ ମାର୍ଗରେ ବହୁ ପରିବର୍ତ୍ତନ ଘଟିଛି ବୋଲି ବାବା ସହଦେଵ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ନାରାୟଣ ଖରା, ଶୁକ୍ରା ମୁଦୁଲି, ଡମ୍ବରୁ ଗଲରି ଓ ପରଦେଶୀ ଖିଲଙ୍କ ସହ ଅନ୍ୟ ଅଲେଖ ଧର୍ମୀ ମାନେ ପରିଚାଳନା କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO