
ନାଗପୁର– କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନାଗପୁରର ଦେବଲାପାର ସ୍ଥିତ ଗୋ ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ରକୁ ଯାଇ ନୀରିକ୍ଷଣ କରିବା ସହ ସେଠାରେ ଚାଲିଥିବା ପଂଚଗବ୍ୟ ପ୍ରଶିକ୍ଷକ୍ଷ ବର୍ଗରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଶ୍ରୀ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଯେଉଁ ଦେଶରେ ଶାସ୍ତ୍ର ଅନୁସାରେ ଗୋ ସଂରକ୍ଷଣ, ସମ୍ବର୍ଧନ ଓ ଗୋ ଆଧାରିତ କୃଷି ହୁଏ ସେଠାରେ ସ୍ୱାସ୍ଥ୍ୟ, ସୁଖ. ସମୃଦ୍ଧି ଆସିଥାଏ । ତାଙ୍କୁ ଏହି ଗୋ ବିଜ୍ଞାନ କେନ୍ଦ୍ରରେ ଗୋ ଆଧାରିତ କୃଷିର ଉତ୍ପାଦକତା ଓ ଗୁଣବତାକୁ ଦେଖି ପ୍ରେରଣା ମିଳିଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଗୋଶାଳା ପ୍ରାଙ୍ଗଣରେ ଗୋ ମାତାଙ୍କ ସାମୁହିକ ଆରତୀ କରିବାର ପରମ ସୌଭାଗ୍ୟ ମିଳିଛି । ପଂଚଗବ୍ୟ ପ୍ରଶିକ୍ଷଣ ବର୍ଗରେ ଗୋବର ଓ ଗୋମୁତ୍ରରୁ ତିଆରି ହେଉଥିବା ଅନେକ ଉତ୍ପାଦକୁ ଶ୍ରୀ ଷଡଙ୍ଗୀ ଦେଖିଥିଲେ । ଗୋ ବଂଶର ଗୁରୁତ୍ୱ ଜରିଆରେ କିପରି ଆତ୍ମ ନିର୍ଭର ଭାରତ ଆଡକୁ ଅଗ୍ରସର ହୋଇ ପାରିବା ତାହାର ଏହା ଉଦାହରଣ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO