
ଭୁୁବନେଶ୍ୱର– ଭାରତୀୟ ସେନାର ନବ ନିଯୁକ୍ତ ଉପ-ମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ସେ ଟ୍ୱିଟ କରି କହିଛନ୍ତି ଯେ – ଊାରତୀୟ ସେନାର ନବ ନିଯୁକ୍ତ ଉପ-ମୁଖ୍ୟଙ୍କୁ ଅଭିନନ୍ଦନ । ମୁଁ ଆମର ସମ୍ମାନଜନକ ଓଡ଼ିଆ ଅଧିକାରୀମାନଙ୍କ ପାଇଁ ସର୍ବଦା ଗର୍ବିତ । ଭାରତ ପାଇଁ ସେମାନଙ୍କର ଉତ୍ସର୍ଗ ଉଚ୍ଚ ପ୍ରଶଂସାର ପାତ୍ର । ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ଅଭିନନ୍ଦନ । ସେ ସର୍ବଦା ଆମକୁ ଗର୍ବିତ କରିବେ ବୋଲି ମୋର ଆଶା ।