
କଟକ- ରାଜ୍ୟର ସମସ୍ତ କ୍ୟାନସର୍ ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆଣିଛନ୍ତି ହାଇକୋର୍ଟ । ଯାହାଦ୍ୱାରା ପେଟ୍ ସିଟି ସ୍କାନ ପାଇଁ ଖର୍ଚ୍ଚାନ୍ତ ହେଉଥିବା ରୋଗୀ ଏଥିରୁ ମୁକ୍ତି ପାଇବେ । ଆସନ୍ତା କାଲିଠାରୁ କ୍ୟାନସର ରୋଗୀଙ୍କ ସବୁ ପେଟ୍ ସିଟି ସ୍କାନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ରାଜ୍ୟ ସରକାର ଏହି ଖର୍ଚ୍ଚ ବହନ କରିବାକୁ ହାଇକୋର୍ଟ ଅନ୍ତରିଣ ନିର୍ଦ୍ଦେଶ ଜାରୀ କରିଛନ୍ତି ।
କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ପେଟ୍ ସିଟି ସ୍କାନ ମେସିନ ନାହିଁ । ପେଟ୍ ସିଟି ସ୍କାନ ପାଇଁ ରୋଗୀଙ୍କୁ ଅନ୍ୟତ୍ର ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ଏନେଇ ଜଣେ କ୍ୟାନସର ରୋଗୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର୍ କରାଯାଇଥିଲା । ଯାହାର ଶୁଣାଣୀ ଜାରୀ ରହିଥିବା ବେଳେ କୋର୍ଟ ଏହି ଅନ୍ତରିଣ ନିର୍ଦ୍ଦେଶ ଜାରୀ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO