ଭୁବନେଶ୍ୱର – ଭୁବନେଶ୍ୱର ଆରଟିଓ ଅଫିସ୍ ରେ ଉତେଜନା ଦେଖାଦେଇଛି । ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଥିବା ଆରଟିଓ-୧ ଅଫିସ୍ ବନ୍ଦ ରହିଥିବାରୁ କାଗଜ ପତ୍ର କାମ ପାଇଁ ଆସିଥିବା ଗାଡି ଚାଳକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଅସନ୍ତୁଷ୍ଟ ଲୋକେ ଆରଟିଓଙ୍କୁ ଘେରିବା ସହ ପାଟିତୁଣ୍ଡ କରିଥିଲେ ।
ମାସର ଦ୍ୱିତୀୟ ଶନିବାର ଯୋଗୁଁ ଆରଟିଓ ଅଫିସ୍ ବନ୍ଦ ରହିଥିଲା । ତେବେ ଛୁଟି ଦିନ ମାନଙ୍କରେ ଅଫିସ୍ ଖୋଲା ରଖି ଲୋକଙ୍କ କାମ କରିବାକୁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଥିବା ସତ୍ୱେ କାର୍ଯ୍ୟାଳୟ କାହିଁକି ବନ୍ଦ ରହିଛି ବୋଲି ଜନସାଧାରଣ ପାଟିତୁଣ୍ଡ କରିଥିଲେ ।
ଅନ୍ୟପକ୍ଷରେ ଆରଟିଓ ପ୍ରଦୀପ ମହାନ୍ତି କହିଛନ୍ତି ଯେ ଆଜି ଅଫିସ୍ ବନ୍ଦ ଥିଲା । ଏଥିନେଇ ନୋଟିସ୍ ଲଗାଯାଇଥିଲା । କେହି ଚିରି ନେଇଥିବେ । ତଥାପି ଯେଉଁମାନେ ଆଜି ଆସିଛନ୍ତି ସେମାନେ ସହୀଦ ନଗର ଓ ଓଏସଆରଟିସି ଠାରେ ଖୋଲାଥିବା କ୍ୟାମ୍ପ୍ ଅଫିସ୍ ରେ ଯାଇ କାଗଜପତ୍ର କାମ ସାରିବାକୁ ସେ କହିଛନ୍ତି ।