
ଛତ୍ରପୁରର: ଛତ୍ରପୁର ବ୍ଲକ ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ନେଇ ସେଠାରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଇଥିବା ବେଳେ ସ୍ଥାନୀୟ ବ୍ଲକ ନିର୍ବାଚିତ ପ୍ରତିନିଧି ଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା।
ରବିବାର ଦିନ ପ୍ରସିଦ୍ଧ ରାମଚଣ୍ଡୀ ପୀଠରେ ଠାରେ ଛତ୍ରପୁର ବ୍ଲକ ର ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ପଞ୍ଚାୟତ ପ୍ରତିନିଧି ଓ ଆଗୁଆ ନେତା କର୍ମୀଙ୍କ ଏକ ବନ୍ଧୁ ମିଳନ ଆୟୋଜନ କରିଥିଲେ। ଏହି ଅବସରରେ ବ୍ଲକ ସଭାପତି ସ୍ୱପ୍ନେଶ୍ୱର ନାହାକ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ସେହିପରି ଛତ୍ରପୁର ବ୍ଲକ ର ୧୮ ଟି ପଞ୍ଚାୟତ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । ଅନ୍ୟପକ୍ଷରେ ବର୍ତ୍ତମାନ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ପୂର୍ବତନ ପ୍ରତିନିଧି ଓ ଦଳର ଆଗ ଧାଡିର ନେତା ଓ କର୍ମୀ ଙ୍କୁ ଉପେକ୍ଷା କରାଯାଇ, ଅନ୍ୟ ଦଳର କର୍ମୀଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ କ୍ଷୋବ ପ୍ରକାଶ କରିଥିଲେ। ବ୍ଲକରେ କେହି କାହାରି ଗୁହାରି ଶୁଣୁନାହାନ୍ତି, ସମସ୍ୟା ବିଷୟରେ କହିଲେ କେହି ଶୁଣୁ ନାହାନ୍ତି ଓ ଆମେ ଆମ ସମସ୍ୟା ବିଷୟରେ କାହାକୁ ଜଣାଇବୁ ବୋଲି କହିଥିଲେ। ଅଣଦେଖା ଓ ଦୁର୍ନୀତି କୁ ନେଇ ଛତ୍ରପୁର ବ୍ଲକ ବିଜେଡି ରେ ଆଗାମୀ ଦିନରେ ଦଳ ଭିତରେ ତିବ୍ର ବିଶୃଙ୍ଖଳା ସୃଷ୍ଟି ହେବା ବୈଠକରେ ଲକ୍ଷ୍ୟ କରାଯାଇଥିଲା। ରବିବାର ଦିନ ର ଏହି ବନ୍ଧୁମିଳନ ରୁ ଏକ ନୂତନ ସମୀକରଣ ସୃଷ୍ଟି ହେବା ଜଣାପଡିଛି। ଯାହାର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପଡ଼ିବ ବୋଲି ରାଜନୈତିକ ବିଶ୍ଲେଷକମାନେ କହିବା। ବୈଠକର ନେତୃତ୍ୱ ନରେନ୍ଦ୍ରପୁର ସମିତିସଭ୍ୟ ଜ୍ୟୋତି ରଞ୍ଜନ ସାହୁ (ବୁବୁ) ନେଇଥିଲା ବେଳେ ବ୍ଲକ୍ ସଭାପତି ସପନସ୍ୱର ନାହାକ ବୈଠକରେ ସଭାପତିତ୍ୱ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ୨୦ ନମ୍ବର ଜୋନ ଜିଲାପରିଷଦ ସଭ୍ୟ ଏସ୍.କିଶୋର ରେଡ୍ଡୀ , ୧୯ ନମ୍ବର ଜିଲାପରିଷଦ ସଭ୍ୟ ପ୍ରମୋଦ ପ୍ରଧାନ , ଜିଲ୍ଲା କାଯ୍ୟକରିଣୀ ସଦସ୍ୟ ଡିଲେଶ୍ୱର ରେଡ୍ଡୀ ,କାଳୀପଲ୍ଲୀ ସରପଞ୍ଚ ଶ୍ରୀରାମ ବେହେରା , ଆର୍ଜିପଲ୍ଲୀ ସରପଞ୍ଚ ଲକ୍ଷ୍ମୀ , ସମିତି ସଭ୍ୟ ପ୍ରତିନିଧି ଭିମା ,ଅଗସ୍ତିନୂଆଗାଁ ସରପଞ୍ଚ ପି. ସୀମାଦ୍ରୀ ,ସମିତିସଭ୍ୟା ବାସନ୍ତୀ ଜାନୀ , ବଉଳଗାଁ ସରପଞ୍ଚ ସରୋଜିନୀ ମହାରଣା ,ମହାନାଦପୁର ସରପଞ୍ଚ ରୁନିତା ବେହେରା ,ସମିତିସଭ୍ୟ ଅଶୋକ ପାଣିଗ୍ରାହୀ ,ବିପୁଲିଙ୍ଗୀ ସରପଞ୍ଚ ଟି.ନରସିଂହ ରେଡ୍ଡୀ ,ସୁନ୍ଦରପୁର ସରପଞ୍ଚ ପ୍ରତିନିଧି ଯୁଧିଷ୍ଠିର ମହାଙ୍କୁଡ, ସମିତିସଭ୍ୟା ପ୍ରତିନିଧି ସୋମନାଥ ବେହେରା , ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ରେବତୀ ପ୍ରଧାନ, ଅର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍ ଲକ୍ଷ୍ମୀ, ଏମ୍ ଗୁମାଲି, ଭିକାରିପଲ୍ଲୀ ସମିତିିସଭ୍ୟ ଭାଗୀରଥି ପ୍ରଧାନ ସମେତ କୋରା ସ୍ୱାଇଁ , ବିଜୟ ପଣ୍ଡା ,ନୀଳକମଳ ମହାରଣା , ମନୋଜ ମହାଙ୍କୁଡ ପ୍ରଭୁତି ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ l