ଭୁବନେଶ୍ୱର – ଆଗକୁ ବିଜେପୁର ନିର୍ବାଚନ ଥିବା ବେଳେ ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ । ଇସ୍ତଫା ଦେବା ପରେ ପ୍ରତିକ୍ରିୟାରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଦଳ ତାଙ୍କୁ ଅଣଦେଖା କରୁଥିଲା । ଦଳରେ ତାଙ୍କୁ ଗୁରୁତ୍ୱ ଦିଆଗଲାନି , କେହି ପଚାରିଲେନି । ଦଳ ମତେ ବିଶ୍ୱାସ କଲାନି କି କୌଣସି ଦାୟିତ୍ୱ ଦେଲେନି । ଏଥିଯୋଗୁଁ କର୍ମୀ ମାନଙ୍କ ସହ ଆଲୋଚନା ପରେ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ବିଜେପି ଛାଡିବା ପରେ ବିଜେଡିକୁ ଯିବେ କି ବୋଲି ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ସେଭଳି ସମ୍ଭାବନା ନାହିଁ । ସେକଥା ସେ ଚିନ୍ତା କରି ନାହାନ୍ତି କି ସେମାନଙ୍କ ଆଡୁ କୌଣସି ଅଫର୍ ମଧ୍ୟ ଆସିନାହିଁ । ସେହିପରି ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ନିଜ ଅଂଚଳକୁ ଯାଇ କର୍ମୀ ମାନଙ୍କ ସହ ଆଲୋଚନା କରିବାପରେ ଯାହା କିଛି ନିଷ୍ପତି ନେବେ ।
ସୂଚନାଯୋଗ୍ୟ ଯେ ୨୦୧୮ରେ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେପି ଅଶୋକଙ୍କୁ ପ୍ରାର୍ଥୀ କରିଥିଲା । ତେବେ ସେ ରୀତା ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୭ରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ଆସନ୍ତା ୨୧ ତାରିଖରେ ଅନୁÂିତ ହେବାକୁ ଯାଉଥିବା ବିଜେପୁର ଉପନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ ନକରି ସନତ ଗଡତିଆଙ୍କ ଉପରେ ଭରସାଦେଖାଇଥିବାରୁ ସେ ଅସନ୍ତୁଷ୍ଟ ଥିଲେ ।