କେନ୍ଦ୍ର ମନ୍ତ୍ରୀ ଏହି ଘୋଷଣା କରି କହିଥିଲେ ଯେ ଏହି ପୁରସ୍କାର ତାଙ୍କୁ ମାର୍ଚ୍ଚ 2021ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଦିଆଯିବ।
‘ବିସ ସାଲ ବାଦ’ ଚଳଚ୍ଚିତ୍ରରେ କୁମାର ବିଜୟ ସିଂ ଭୂମିକା, ‘କୋହରା’ରେ ରାଜା ଅମିତ କୁମାର ସିଂ, ‘ଏପ୍ରିଲ ଫୁଲ୍’ରେ ଅଶୋକା, ‘ମେରେ ସନମ’ରେ ରମେଶ କୁମାର, ‘ନାଇଟ ଇନ ଲଣ୍ଡନ’ରେ ଜୀବନ, ‘ଦୋ କଲିୟାଁ’ରେ ଶେଖର ଏବଂ ‘କିସ୍ମତ’ ଚଳଚ୍ଚିତ୍ରରେ ଭିକ୍କି ଭୂମିକାରେ ଅଭିନୟ ପାଇଁ ବିଶ୍ୱଜିତ୍ ଚାଟାର୍ଜୀ ବିଶେଷ ପ୍ରସିଦ୍ଧି ହାସଲ କରିଛନ୍ତି। ଆଶା ପାରେଖ, ୱାହିଦା ରେହମାନ, ମୁମତାଜ, ମାଲା ସିହ୍ନା ଓ ରାଜଶ୍ରୀଙ୍କ ବିଶିଷ୍ଟ ଅଭିନେତ୍ରୀଙ୍କ ସହିତ ତାଙ୍କ ଯୋଡ଼ି ବେଶ ଲୋକପ୍ରିୟ ହୋଇଥିଲା। ତାଙ୍କ ଅଭିନୀତ ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ଚୌରଙ୍ଘୀ (1968) ଏବଂ ଉତ୍ତମ କୁମାରଙ୍କ ସହିତ ଗଡ଼ ନସୀମପୁର ଓ କୁହେଲି । ଏହାପରେ ଶ୍ରୀମାନ ପୃଥ୍ବୀରାଜ (1973), ଜୟ ବାବା ତାରକନାଥ (1977) ଏବଂ ଅମର ଗୀତୀ (1983) ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ। 1975ରେ ବିଶ୍ୱଜିତ୍ ନିଜ ଅଭିନୟ କରିଥିବା ଚଳଚ୍ଚିତ୍ର ‘କେହତେ ହୈ ମୁଝକୋ ରାଜା’ର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିଲେ। ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ସେ ଜଣେ ଗାୟକ ଓ ନିର୍ମାତା ମଧ୍ୟ ରହିଆସିଛନ୍ତି।