
ଏକାଧିକ ଟ୍ଵିଟ ମାଧ୍ୟମରେ ଶ୍ରୀ ଶାହ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ କରୋନା ବିରୋଧୀ ଲଢେଇରେ ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିଛି । ବିଶ୍ଵର ସର୍ବବୃହତ ଟୀକାକରଣ ଅଭିଯାନରେ ଭାରତୀୟ ବୈଜ୍ଞାନିକମାନଙ୍କ ଅପାର ସାମର୍ଥ୍ୟ ଏବଂ ଆମ ନେତୃତ୍ଵର ଶକ୍ତି ପ୍ରଦର୍ଶିତ ହୋଇଛି” ।
ଶ୍ରୀ ଅମିତ ଶାହ କହିଛନ୍ତି, “ମାନବ ସମାଜ ବିରୋଧରେ ସବୁଠାରୁ ବଡ ସଙ୍କଟ ଦୂର କରିବା ଦିଗରେ ସଫଳ ହୋଇଥିବା ଅଳ୍ପ କେତେକ ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଏହି ଅଭୂତପୂର୍ବ ସଫଳତା ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ” ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱ ଦୃଶ୍ୟପଟ୍ଟରେ ଏହା ଏକ ନୂତନ ଆତ୍ମନିର୍ଭର ଭାରତର ଉତ୍ଥାନ ।
କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ମୋଦୀ ଜୀଙ୍କ ନେତୃତ୍ୱରେ ଏହି ‘ନୂତନ ଭାରତ‘ ବିପର୍ଯ୍ୟୟକୁ ସୁଯୋଗ ଏବଂ ଆହ୍ୱାନକୁ ସଫଳତାରେ ପରିଣତ କରିଛି । ଏହି ଐତିହାସିକ ଦିବସରେ ସମସ୍ତ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଉଛି । ଶ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ, ଏହି ‘ମେଡ ଇନ ଇଣ୍ଡିଆ‘ ଟୀକା ଆତ୍ମନିର୍ଭର ଭାରତର ଦୃଢ ସଂକଳ୍ପର ପ୍ରମାଣ ।