
ମାଲକାନଗିରି– ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସେଠିଙ୍କ ନାମରେ ବିଦ୍ୟାଳୟର ୬ ଜଣ ଶିକ୍ଷୟତ୍ରୀ, ମହିଳା କିରାଣୀ, ମାଟ୍ରନ, ୱାଡେନ ଓ ସିସି କର୍ମଚାରୀ ମାନଙ୍କୁ ଅଶ୍ଳିଳ ଅଭଦ୍ର ଭାଷାରେ ଗାଳି କରିବା, ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଅ।ଣି ଗତ ସୋମବାର ଦିନ ସମସ୍ତ ମହିଳା କର୍ମଚାରୀ ମାନେ ମାଲକାନଗିରି ଜିଲାପାଳ ୱାଇ. ବିଜୟଙ୍କୁ ଭେଟିଥିଲେ। ପ୍ରଧାନ ଶିକ୍ଷକଙ୍କର ଏଭଳି ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମାଲକାନଗିରି ଜିଲାରେ ଉକ୍ତ ଖବର ଆଲୋଡନ ସୃଷ୍ଟି କରିଥିଲା । ଏହା ପରେ ଜିଲା ପ୍ରଶାସନ ଏନେଇ ତତ୍ପରତା ଦେଖାଇଥିଲା । ମାଲକାନଗିରି ଜିଲାପାଳଙ୍କ ନିର୍ଦେଶ କ୍ରମେ ଆଜି ଜିଲା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ ପଣ୍ଡା ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନ, ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟକୁ ଆସି ଅଭିଯୋଗ ଉପରେ ତଦନ୍ତ କରିଛନ୍ତି ।ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, ମହିଳା କିରାଣୀ, ମାଟ୍ରନ, ୱାଡେନ ଓ ସିସି କର୍ମଚାରୀଙ୍କ ଠାରୁ ଆରମ୍ଭ କରି କୋଡିଏରୁ ଉର୍ଦ୍ଧ୍ବ ମହିଳା କର୍ମଚାରୀ ଜଣ ଜଣ କରି ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଉଭୟ ଅଧିକାରୀଙ୍କୁ ନିଜ ନିଜ ଉପରେ ହୋଇଥିବା ନିର୍ଯ୍ୟାତନା, ଅଶ୍ଳୀଳ ଅଭଦ୍ର ଭାଷାର କଥା, ବିଦ୍ୟାଳୟ କରୋନା ଟଙ୍କା ନ ବାଣ୍ଟିବା ଶିକ୍ଷୟତ୍ରୀ ମାନେ ସହଯୋଗ ନକରିବାରୁ ତାଙ୍କୁ ଆକ୍ରୋଶ ମୂଳକ ଭାବେ ହଇରାଣ କରିବା, ଉପରସ୍ଥ କର୍ମଚାରୀ ମାନଙ୍କୁ ହାତ ବାରିସୀ କରି ଜୋର ଜବରଦସ୍ତି ସାତ ବର୍ଷ ହେଲା ନିଜେ ହଷ୍ଟେଲ ଚଳାଇବା ଏବଂ ଧମକ ଚମକ ଦେବା କଥା କହି ନିଜ ନିଜର ଅଭିଯୋଗ ଗୁଡିକୁ ପ୍ରକାଶ କରିବା ପରେ ସମସ୍ତ ମହିଳା କର୍ମଚାରୀଙ୍କ ଠାରୁ ଜଣ ଜଣ କରି ପୃଥକ ପୃଥକ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ଆଜି ଦିନ ତମାମ ଉଭୟ ଚିତ୍ରକୋଣ୍ଡା ଏସ,ଏସ,ଡି ବାଳିକା ବିଦ୍ୟାଳୟରେ ଉପସ୍ଥିତ ରହି ଏ ସଂକ୍ରାନ୍ତରେ ତଦନ୍ତ କରିଥିଲେ। ତଦନ୍ତ ଚାଲିଛି । ତଦନ୍ତ ସରିବା ପରେ ଜିଲ୍ଲାପାଳଙ୍କୁ ନିରପେକ୍ଷ ସବିଶେଷ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ । ତଦନ୍ତ ଉପରେ ଶିକ୍ଷୟତ୍ରୀ ଓ ମହିଳା କର୍ମଚାରୀ ମାନେ ଅସନ୍ତୋଷ ମନେ କରୁଥିବା ବେଳେ ପ୍ରଶାସନ ଉପରେ ଭରଷା ରଖି ସଠିକ୍ ପଦକ୍ଷେପ ନିଆଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ପଣ୍ଡା କହିଛନ୍ତି ।
ଅ୍ୟପକ୍ଷରେ ଶିକ୍ଷୟତ୍ରୀ ଓ ମହିଳା କର୍ମଚାରୀ ମାନଙ୍କୁ କରାଯାଇଥିବା ଦୁର୍ବ୍ୟବହାର, ଅଶ୍ଳୀଳ ବ୍ୟବହାର ଓ ଅପମାନକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଧାନ ପ୍ରକାଶ କରିଥିଲେ । ଜିଲାପାଳ ସବିଶେଷ ରିପୋର୍ଟ ପରେ ମହିଳା କର୍ମଚାରୀଙ୍କ ଅଭିଯୋଗ ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO