
ମାଲକାନଗିରି, ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ପୋଲିସ ର ଏକ ଟିମ ମିଳିତ ଭାବେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବେଢା ପଞ୍ଚାୟତର ଆର,ଏ,ସି- ୧୫, ଦାତୁନଗୁଡା ଗ୍ରାମରେ ଚଢ଼ାଉ କରି ବେଆଇନ ଭାବେ ଚାଷ ହୋଇଥିବା ଗଂଜେଇ ଗଛକୁ କାଟି ନଷ୍ଟ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଚିତ୍ରକୋଣ୍ଡା ପୋଲିସ ଓ ମାଲକାନଗିରି ଅବକାରୀ ବିଭାଗର ମିଳିତ ଅଭିଯାନରେ ପ୍ରାୟ ୫୦ ଏକର ଜମିରେ ଲଗାଯାଇଥିବା ୮୦ ହଜାର ଗଂଜେଇ ଗଛକୁ କଟାଯାଇ ପୋଡି ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୮ କୋଟିରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉରେ ମାଲକାନଗିରି ଅବକାରୀ ବିଭାଗର ଇନ୍ସପେକ୍ଟର ଗଙ୍ଗା ପାଇକରାଏ, ଏସ.ଆଇ ଦିଲୀପ କୁମାର ନାୟକ , ସଞ୍ଜୟ କୁମାର କାଣ୍ଡି ଓ ଚିତ୍ରକୋଣ୍ଡା ପୁଲିସ ଏବଂ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO