
ସୁନ୍ଦରଗଡ଼– ସୁନ୍ଦରଗଡ଼ ଜିଲ୍ଲା ମହିଷଛାପଲରେ ଚାଷ ଜମି ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ସମ୍ପୃକ୍ତ ବ୍ୟକ୍ତି ଦୁଇ ଦିନ ହେଲା ଘରୁ ନିଖୋଜ ଥିଲେ । ମୃତକ ହେଲେ ମହିଷଛାପଲ ଗ୍ରାମର ବିଜୟ ଓରାମ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ପଚରା ଉଚୁରା କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।