ମକର ସଂକ୍ରାନ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆପଲ୍ଲୀ ରାଧାକୃଷ୍ଣ ମନ୍ଦିର ଇସ୍କନ ମଠ ଠାରେ ପ୍ରତି ବର୍ଷ ବହୁ ଆଡ଼ମ୍ବରରେ ଅଷ୍ଟ ପ୍ରହର ନାମଯଜ୍ଞ ହୁଏ, କିନ୍ତୁ ଏହି ବର୍ଷ କୋଭିଡ-୧୯ ନିୟମ ମାନି ଅଷ୍ଟ ପ୍ରହର ନାମଯଜ୍ଞ ହୋଇଛି । ଆଂଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ଯୁବ ରେଡକ୍ରସ କାଉନ୍ସିଲର ଲୋକନାଥ ମହାନ୍ତି ଓ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ, ଜଗନ୍ନାଥ ପ୍ରସାଦ ସଭାପତି ସରୋଜ କୁମାର ନାୟକଙ୍କ ନେତୃତ୍ବରେ ପ୍ରାୟ ୩୦ ଅଧିକ ଯୁବ ରେଡ୍ କ୍ରସ୍ ଓ ସୁରକ୍ଷା ସ୍ଵେଚ୍ଛାସେବୀ ସେବା କାର୍ଯ୍ୟକ୍ରମରେ ଯୋଗଦାନ କରି ସେଠାରେ କରୋନା ସଚେତନତା, ହାତ ସନିଟାଇଜ, ବ୍ଲିଚିଙ୍ଗ ପାଉଡର ଛିଞ୍ଚନ, ମାକ୍ସ ବଣ୍ଟନ ଓ ଭକ୍ତ ମାନଙ୍କୁ ପ୍ରସାଦ ପରିବେଷଣ, ଶାନ୍ତି ଶୃଙ୍ଖଳା, ସ୍ଵଚ୍ଛତା ଆଦି କାର୍ଯ୍ୟକ୍ରମ କରିଥିଲେ ।
ସ୍ଵେଚ୍ଛାସେବୀ ରାଜୀବ କୁମାର ନାୟକ, କାହ୍ନୁ ଚରଣ ପ୍ରଧାନ, ପ୍ରଭଞ୍ଜନ ପ୍ରଧାନ, ଚନ୍ଦନ ବିଶ୍ଵାଳ, ଅଶୋକ ବାରିକ, ପ୍ରେମଜିତ ନାୟକ, ବିଶ୍ୱ ଭୂଷଣ ସାହୁ, ଫକୀର ମୋହନ ସେନାପତି, ଅବିନାଶ ଡାକୁଆ, ଜୁଗୁନୁ ନାୟକ, ନନ୍ଦରାଜ ବେହେରା, ଚନ୍ଦନ ଗୌଡ, ନୀଳାଞ୍ଚଳ ପ୍ରଧାନ ଏହି ଭଳି କାର୍ଯ୍ୟକ୍ରମ ସାମିଲ୍ ଥିବାରୁ ମନ୍ଦିର କମିଟି ଓ ଭକ୍ତ ମାନେ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରସଂଶା କରିବା ସହ ସେମାନଙ୍କ ଉନ୍ନତି କାମନା କରିଥିଲେ ।