

ମୁଖ୍ୟମନ୍ତ୍ରୀଙ୍କ ବସିବା ପାଇଁ ଅଲଗା ମଂଚ ବ୍ୟବସ୍ଥା କରାଯାଇଥିବା ବେଳେ ବିରୋଧୀ ଦଳ ନେତାଙ୍କ ବସିବା ପାଇଁ ଭିନ୍ନ ବ୍ୟବସ୍ଥାକୁ ସେ ନିନ୍ଦା କରିଛନ୍ତି । କାହିଁକି ଏଭଳି ଅଲଗା ବ୍ୟବସ୍ଥା କରାଗଲା ବୋଲି ସେ ପ୍ରଶ୍ନ ଉଠାଇବା ସହ ଆପତ୍ତି ମଧ୍ୟ ଜଣାଇଛନ୍ତି । ଗୋଟିଏ ମଂଚରେ ନିର୍ଦ୍ଧାରିତ ଦୂରତାରେ ଆସନ ବ୍ୟବସ୍ଥା ହୋଇପାରିଥାନ୍ତା ବୋଲି ପ୍ରଦୀପ୍ତ କହିଛନ୍ତି । କଣ ପାଇଁ ଅଲଗା ମଂଚ ବ୍ୟବସ୍ଥା କରାଗଲା ?ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ । ସେହିପରି ଏହି ବ୍ୟୟବହୁଳ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ପ୍ରଦୀପ୍ତ ପ୍ରଶ୍ନ ଉଠାଇଛନ୍ତି