
ପୁରୀ,ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବାହୁଡା଼ ଯାତ୍ରା ଓ ନୀଳାଦ୍ରି ପହଣ୍ଡି ବିଜେ ସମୟରେ ପୁରୀ ସହରର ପାରମ୍ପରିକ ଐତିହ ପୂର୍ଣ୍ଣ ସମରକଳା ବନାଟି ପ୍ରଦର୍ଶନ କରି ସଦାସର୍ବଦା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନିଜକୁ ସମର୍ପିତ କରିଥିବା ପୁରୀ ବାସେଳୀ ସାହି ନୀଳମାଧଵ ଲେନରେ ନିବାସୀ ଓଡିଶାର ବନାଟି ଗୁରୁ ଶ୍ରୀରାମ ଚନ୍ଦ୍ର ସୁଆର ଆଜି ସନ୍ଧ୍ୟାରେ ୬୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |ସୂଚନା ଯୋଗ୍ୟ ଦୀର୍ଘ ଦେଢ଼ ବର୍ଷ ଧରି କିଡ଼ନୀ ଜନିତ ରୋଗରେ ପୀଡିତ ହୋଇ ଗତବର୍ଷ ଦୀର୍ଘ ମାସଧରି ସମ ହସ୍ପିଟାଲରେ ଚିକିତ୍ସା ହୋଇ ସ୍ୱଗୃହକୁ ଫେରିବା ପରେ ଶ୍ରୀମନ୍ଦିର ସେବା କାର୍ଯ୍ୟରେ ନିଜକୁ କିଛିଦିନ ପାଇଁ ସମର୍ପିତ କରିଥିଲେ |କିନ୍ତୁ ବ୍ରେନଷ୍ଟ୍ରୋକ ହେବାପରେ ଏକତରଫ ପକ୍ଷାଘାତ ହୋଇ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଦୀର୍ଘ ୪ ମାସ ଧରି ଚିକିତ୍ସା ଧିନ ଥିଲେ |କରୋନା ଯୋଗୁଁ ଗୃହରେ ଚିକିତ୍ସା ଧିନ ଥିଲେ |ଆଜି ସ୍ୱାସ୍ଥ୍ୟ ଅବସ୍ଥାର ଅବନତି ହୋଇ ବ୍ଲଡ଼ ସୁଗାର ଲେବୁଲ କମିଯାଇଥିଲା |ତତକ୍ଷଣାତ ପୁରୀ ସଦର ମୁଖ୍ୟ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ପାରିବାରିକ ସଦସ୍ୟ ଏବଂ ଗୁରୁଜୀଙ୍କ ଛାତ୍ର ସାମ୍ବାଦିକ ମଧୁସୂଦନ ମିଶ୍ର, ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଙ୍କ ତତ୍ୱାବଧାନ ରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଥିଲା |ପୁରୀରେ ରାମଚନ୍ଦ୍ର ସୁଆର 1990 ମସିହାରୁ ଶ୍ରୀଜଗନ୍ନାଥ ସମରକଳା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ, ପୁରୀଜିଲ୍ଲା ବନାଟି ଆସୋସିଏସନ, ଓଡିଶା ବନାଟି ଆସୋସିଏସନ, ଭାରତୀୟ ବନାଟି ମହାସଂଘ ଗଠନ କରି ହଜାର ହଜାର ଛାତ୍ର ଛାତ୍ରୀ ମାନଙ୍କୁ ବନାଟି କ୍ରୀଡା ପ୍ରଶିକ୍ଷଣ ଦେବା ସହିତ ପ୍ରତିଯୋଗିତା ଏବଂ ପରୀକ୍ଷା କରାଇ ଆସୁଥିଲେ |ତାଙ୍କର ଅକାଳ ବିୟୋଗରେ ଓଡିଶା ର ମୁଖ୍ୟ ଶାସନ ସଚିବ ତଥା ବନାଟି ଖେଳାଳି ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି |ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସତ୍କାର କରାଯାଇଥିଲା |ପୁତ୍ର ଜଗନ୍ନାଥ ସୁଆର ମୁଖାଗ୍ନି ଦେଇଥିଲେ |ଏହି ସମୟରେ ବିଶିଷ୍ଟ ବ୍ୟକ୍ତି ଓ ଛାତ୍ର, ଶ୍ରୀମନ୍ଦିର ସେବାୟତ ପରିବାର ସଦସ୍ୟ ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO