
ଧର୍ମଶାଳା– ୧୬ ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଭାଲୁଖାଇ ନିକଟରେ ଆଜି ସକାଳେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ତାଙ୍କ ସ୍ୱାମୀ ଗୁରୁତର ହୋଇ ଚିକିତ୍ସା ନିମନ୍ତେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ ହୋଇଛନ୍ତି ।
ଆଜି ସକାଳେ ଏକ ବାଇକ୍ ଯୋଗେ ଭୁବନେଶ୍ୱରରୁ ଝିଅ ଘରୁ ଭଦ୍ରକ ବାସୁଦେବପୁର ଅଂଚଳକୁ ଫେରୁଥିଲେ ଏହି ଦମ୍ପତି । ଏହି ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ଭାଲୁଖାଇ ନିକଟରେ ବାଇକ୍ ପଛରେ ଏକ ହାଇୱା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳା ହେଲେ ଅହଲ୍ୟା ବେହେରା (୩୫) । ଗୁରୁତର ତାଙ୍କ ସ୍ୱାମିଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ଜାରକା ବିଟ୍ ହାଉସ୍ ଅଧିକାରୀ ରାଜକିଶୋର ନାୟକ ସଦଳବଳେ ଘଟଣାସ୍ଥଳରେ ପହଂଚି ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ ପଠାଇଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ପୋଲିସ ଜବତ କରିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO