
ମାଲକାନଗିରି– ମାଲକାନଗିରି ଜିଲ୍ଲା ଉପ କାରାଗାରରେ କଏଦୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଡିସେମ୍ବର ୨ ୭ ତାରିଖରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ପୁଣି ଜଣେ ବିଚାରଧୀନ କଏଦୀ କଏଦୀଙ୍କ ମୃତ୍ୟୁ ଘଟିଛି । ଫଳରେ ଉପ କାରାଗାରରେ ରହୁଥିବା କଏଦୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଜେଲ୍ ରେ ରାମା ମାଡକାମୀ ନାମକ ଜଣେ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କ ଘର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପାର୍ସନପାଲି ଗ୍ରାମରେ । ସେ ଦେଢ଼ ବର୍ଷ ହେଲା ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇ ଉପ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଦଣ୍ଡ ଭୋଗୁଥିଲେ । ୫ ତାରିଖରେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ହୋଇ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜେଲ ଅଧିକ୍ଷକ ସଞ୍ଜୟ ବର୍ମା କହିଛନ୍ତି ।
ସୂଚନାଯୋଗ୍ୟ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ କାରାଗାରରେ ଥିବା ଧନ ଗଲରୀ ଗତ ଡିସେମ୍ବର ୨ ୭ ରେ ଏକ ଧାରୁଆ ଅସ୍ତ୍ର ରେ ନିଜ ବେକ କାଟି ଆତ୍ମହତ୍ୟା କରିଥିଲା । ଏଥି ପୂର୍ବରୁ ମଧ୍ୟ ଆଉ ଜଣେ କଏଦୀ ମାଥିଲି ଥାନା ଜନ୍ଦ୍ରଗୁଡା ଗ୍ରାମର ବାମନ କୁଞ୍ଜମୀଙ୍କ ଉପ କାରାଗାରରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO