ମାଲକାନଗିରି– ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାରେ ଆଜି ୩ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ଚାଇଲ୍ଡଲାଇନ ପକ୍ଷରୁ ଚଢ଼ଉ କରାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର କିକିରପାଲ୍ଲୀ ଗ୍ରାମର ୩ ଶିଶୁ ଶ୍ରମିକଙ୍କୁ ଅଣାଯାଇ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାରେ ହେଉଥିବା ନିର୍ମାଣଧୀନ କାର୍ଯ୍ୟରେ ନିୟୋଜିତ କରାଯାଇଥାନ୍ତା । ଏହି ସମୟରେ ମାଲକାନଗିରି ଜିଲ୍ଲା ଚାଇଲ୍ଡଲାଇନ ପକ୍ଷରୁ ଏହି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।