
ଭୁବନେଶ୍ୱର – ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିବା ବେଳେ ଏ ପ୍ରସଙ୍ଗରେ ମତ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ କୋର୍ଟଙ୍କ ଏ ସମ୍ପର୍କିତ ନିର୍ଦେଶ ବିଭାଗ ନିକଟରେ ପହଂଚି ନାହିଁ । ଗଣମାଧ୍ୟମ ମାଧ୍ୟମରେ ଏହି କଥା ଆମ ନଜରକୁ ଆସିଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ବିଭାଗରେ ପହଂଚିିବା ପରେ ଏହାର ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ଅନ୍ୟ ପକ୍ଷରେ ଗଜପତି ଜିଲାରେ ସ୍କୁଲ ଶିକ୍ଷକମାନଙ୍କୁ କରୋନା ପଜିଟିଭ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯେଉଁମାନେ ପଜିଟିଭ ଚିହ୍ନଟ ହେଇଛନ୍ତି, ସେମାନେ ଆଇସୋଲସନରେ ଅଛନ୍ତି । ଅତିଥି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅଣାଯାଇ ପାଠ ପଢ଼ାଯାଉଛି । ଗତକାଲି ରବିବାର ମଧ୍ୟ ୬୫ ପ୍ରତିଶତ ପିଲା ପାଠ ପଢ଼ିବାକୁ ବିଦ୍ୟାଳୟକୁ ଆସିଛନ୍ତି । ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ସ୍ୱାସ୍ଥ୍ୟ ଆମ ପାଇଁ ବେଶ ଗୁତୁତ୍ୱପୂର୍ଣ୍ଣ ଏବଂ ସରକାରଙ୍କ ଗାଇଡଲାଇନ ମାନି ସମସ୍ତ କାଯ୍ୟ କରାଯାଉଥିବା ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO