
ମଣିପୁରରେ ୬୭ କରୋନାର ନୂଆ ମାମଲା
ଇମ୍ଫାଲ, ମଣିପୁରରେ ଗତ ୨୪ ଘଂଟାରେ ୬୭ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୧୫ହୋଇ ଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୩୬୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ଝାରଖଣ୍ଡରେ କରୋନାର ୨୩୬ ନୂଆ ମାମଲା
ରାଂଚି,ଝାରଖଣ୍ଡରେ କରୋନାର ୨୩୬ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୧୬,୬୭୨ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୪୯୪ ଜଣଙ୍କର ମୃତ୍ୟୁ ଘଟିଛି ।