
ଗଞ୍ଜାମ, ଗଞ୍ଜାମ ଜିଲ୍ଲାରୁ ପୁଣି ଧରାପଡିଛନ୍ତି ୫ ନକଲି ଶିକ୍ଷକ । ଜିଲ୍ଲାର ବେଗୁନିଆପଡା ବ୍ଲକ୍ ଅଂଚଳରେ କାର୍ଯ୍ୟରତ ୫ ଜଣ ଶିକ୍ଷକ ଜାଲ୍ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରରେ ଚାକିରୀ କରୁଥିବା ଜଣାପଡିଛି । ସେମାନଙ୍କ ଦରମା ବନ୍ଦ କରାଯାଇ କୋଦଳା ଥାନାରେ ଏତଲା ଦିଆଯାଇଛି । ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କାରଣରୁ ସେମାନଙ୍କ ନାମ ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ବେଗୁନିଆ ପଡା ବିଇଓ କମଳାକାନ୍ତ ସାହୁ ।
ଡ଼ିଇଓ କାର୍ଯ୍ୟଳୟ ପକ୍ଷରୁ ବେଗୁନିଆ ପଡା ବ୍ଲକରେ କାର୍ଯ୍ୟରତ ୩୬ ଜଣ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ବିଭିନ୍ନ ବିଦ୍ୟାଳୟକୁ ଯାଂଚ୍ ପାଇଁ ପଠାଯାଇଥିଲା । ଏହାପରେ ଘୋଡ଼ାପଡା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଚାକିରୀରୁ ଇସ୍ତଫା ଦେଇଥିଲେ । ଅନ୍ୟପକ୍ଷରେ ଗତ କିଛି ଦିନ ତଳେ ଯାଂଚ୍ ରିପୋର୍ଟ ଆସିଛି । ସେଥିରେ ୫ ଜଣ ଜାଲ୍ ଶିକ୍ଷକ ଧରାପଡିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO