
ଗଞ୍ଜାମ– ରାଜସ୍ଥାନ ଓ କେରଳ ରାଜ୍ୟରେ ବାର୍ଡ଼ଫ୍ଲୁ ଚିହ୍ନଟ ପରେ ସବୁଠି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାର୍ଡ଼ଫ୍ଲୁକୁ ନେଇ ସତର୍କତା ଜାରୀ କରାଯାଇଛି । ୧୨ ଟି ର୍ୟାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ କରାଯାଇଛି । ପ୍ରତି ଟିମ୍ ରେ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ଏଲଆଇ, ଜଣେ ଆଟେଣ୍ଡାଂଟ ରହିଛନ୍ତି । ଜିଲ୍ଲାର କୌଣସି ସ୍ଥାନରେ କାଉ, ପାରା ଓ କୁକୁଡ଼ା ଆଦି ପକ୍ଷୀ ଅକାଳ ମୃତ୍ୟୁ ସୂଚନା ଆସିବା କ୍ଷଣି ଆରଆରଟି ପହଂଚି ନମୂନା ସଂଗ୍ରହ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।