
ପୁରୀ- ଗରିବ ଲୋକମାନଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କରିବା ନିମନ୍ତେ ଏକ ସାମାଜିକ କାର୍ଯ୍ୟକ୍ରମ ବଳଗଣ୍ଡି ମାଉସି ମା ମନ୍ଦିର ସମୁଖରେ କରାଯାଉଥିଲା l ଏହି ସମୟରେ ସେଠାରେ ହଠାତ୍ ୫୦ରୁ ଉର୍ଧ୍ଵ ପୋଲିସ, ଟାଉନ ଥାନା ଓ କୁମ୍ଭାରପଡ଼ା ଥାନା ଆରକ୍ଷୀ ଅଧିକାରୀ ଜୋର ଜବରଦସ୍ତି ସାମାଜିକ କାର୍ଯ୍ୟକ୍ରମ ଠାରୁ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଯୁବ ନେତା ଆଲୋକ କୁମାର ଦାଶ, ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ବ୍ରହ୍ମଗିରି ଯୁବନେତା ମାନସ ପରିଡା, ପୁରୀ ସଦର ଯୁବ ନେତା ଆଦିତ୍ୟ କୁମାର , ଛାତ୍ର ନେତା ରଜନାରାୟଣ ରଥ, ରୁଦ୍ର ପ୍ରତାପ ଦାଶ, ମାଧବ ପତ୍ର, ରଞ୍ଜନ ମହାପାତ୍ର ଏବଂ ଅନ୍ୟ ସହଯୋଗୀ ମାନଙ୍କୁ ଜୋରଜବରଦସ୍ତ ଗିରଫ କରିନେଇଥିଲେ l ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗମନ ପାଇଁ ଏହି କରାଯାଇଥିବା ଜଣାପଡିଛି l ପେଟ୍ରୋଲ ଦର ବୃଦ୍ଧି ଗରିବ ଓ ମଧ୍ୟବିତ ପରିବାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ନିଜକୁ ସ୍ଵଚ୍ଛ ଦେଖେଇବା ପାଇଁ ପୋଲିସକୁ ଗୁଣ୍ଡା ସଜେଇ ଛାଡିଛନ୍ତି ଏବଂ ଆମର ସାମାଜିକ କାର୍ଯ୍ୟକ୍ରମକୁ ଭଣ୍ଡୁର କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହାକୁ ଯୁବ କଂଗ୍ରେସ ବିରୋଧ କରିଛି l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO