ଭୁବନେଶ୍ୱର– ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ – ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ଓଡ଼ିଶୀ ନୃତ୍ୟର ଗରିମା ବୃଦ୍ଧି ସହ ଶାସ୍ତ୍ରୀୟ ନୃତ୍ୟର ପ୍ରସାର କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ସର୍ବଦା ପ୍ରେରଣାର ଉତ୍ସ ।