ଏ ନେଇ ସରକାରଙ୍କ ପକ୍ଷରୁ ଜାରୀ କରା ଯାଇଥିବା ଏସଓପି ଅନୁସାରେ ସାମାଜିକ ଦୂରତା ପାଳନ କରି ପିଲା ମାନଙ୍କର ବସିବାର ବ୍ୟବସ୍ଥା ହୋଇଛି । ପ୍ରତି ଶ୍ରେଣୀ ଗୃହରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବାର ବ୍ୟବସ୍ଥା କରା ଯାଇଛି । ଶ୍ରେଣୀକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଥି ।
ଏହି ପାଠପଢା ଆଗାମୀ ଏପ୍ରିଲ୍ ୨୮ ଯାଏ ହେବ ଓ ଏଥିରେ ମୋଟ ୧୦୦ ଦିନ ପାଠପଢ଼ା ହେବ ।
ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ୍ ୱାଶ୍ ମହଜୁଦ ରଖାଯାଇ ଥିବାବେଳେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ସ୍କୁଲ୍ ଭିତରକୁ ପ୍ରବେଶ ଅନୁମତି ମିଳିଥିବା ଦେଖିବାକୁ ମିଳିଛି ।