
ଭୁବନେଶ୍ୱର– ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଉଛନ୍ତି । ପୁରୀ ଶ୍ରୀମନ୍ଦିର, ତାପରେ ଲିଙ୍ଗରାଜ ଓ ଧୀରେ ଧୀରେ ଅନ୍ୟ ମନ୍ଦିର ଖୋଲିଲାଣି ବା ଖୋଲିବାକୁ ଯାଉଛି । ହେଲେ ମନ୍ଦିରକୁ ଯିବାକୁ ହେଲେ ଭକ୍ତମାନଙ୍କ ପାଇଁ ଆବଶ୍ୟକ ହେଉଛି କରୋନା ନେଗେଟିଭ ରିପୋର୍ଟ । ଏହା ଭକ୍ତ ପାଇଁ ବାଧ୍ୟତା ମୁଳକ କରାଯାଇଛି । ନହେଲେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଯାହାକୁ ନେଇ ଅନେକ ଭକ୍ତ ନିରାଶ ହେଉଛନ୍ତି କାରଣ କରୋନା ପରୀକ୍ଷା ପାଇଁ ଅତିକମରେ ୪ ଶହ ଟଙ୍କା ଖର୍ଚ୍ଚ ହେଉଛି । ଗତକାଲି ରାଜଧାନୀରେ ଲିଙ୍ଗରାଜ ମନ୍ଦିରରେ କରୋନା ପରୀକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ଯାହା ସ୍ୱାଗତଯୋଗ୍ୟ । ହେଲେ ବାକି ମନ୍ଦିରରେ ସେହି ବ୍ୟବସ୍ଥା ଏବେ ସୁଦ୍ଦା ହୋଇନାହିଁ । ଯାହାଫଳରେ ବହୁତ ଗରିବ ଶ୍ରଦ୍ଧାଳୁ ମନ୍ଦିରକୁ ଯାଇ ପାରୁନାହାନ୍ତି । ସରକାରଙ୍କର ଏହି ନିଷ୍ପତିକୁ ବଦଳାଇବାର ଆବଶ୍ୟକତା ଅଛି । ପ୍ରଥମତଃ ସରକାର ସବୁ ମନ୍ଦିରରେ ମାଗଣା କରୋନା ପରୀକ୍ଷାର ବ୍ୟବସ୍ଥା କରନ୍ତୁ, ନହେଲେ କରୋନା ନେଗେଟିଭ ରିପୋର୍ଟ ନେଇ ଯେଉଁ ବାଧ୍ୟତାମୁଳକ ରଖାଯାଇଛି ତାହାକୁ କୋହଳ କରନ୍ତୁ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ସରକାରଙ୍କ ପାଖରେ ଦାବି କରାଯାଇଛି ।
ପରିଷଦର ସଂଯୋଜକ ଅନିଲ ବିଶ୍ୱାଳ କହିଛନ୍ତି ଯେ ଏପରି ବାଧ୍ୟତା ମୁଳକ ପରୀକ୍ଷା କେବଳ ଓଡିଶାରେ ହିଁ ରାଜ୍ୟ ସରକାର ନିୟମ କରିଛନ୍ତି । ଦେଶର ଅନ୍ୟ ରାଜ୍ୟମାନଙ୍କରେ ଥିବା ମନ୍ଦିର ମାନଙ୍କୁ ଯିବାକୁ ହେଲେ କୌଣସି ନେଗେଟିଭ ରିପୋର୍ଟର ଆବଶ୍ୟକତା ନାହିଁ । ହେଲେ ଓଡିଶା ସରାକର କେଉଁ ଗାଇଡ ଲାଇନ ଆଧାରରେ ଏହି ନିୟମ କରିଛନ୍ତି ବୁଝାପଡୁନାହିଁ ।
ଆଉ ଗୋଟିଏ ବିଶେଷ କଥା ହେଲା ଯେ ଓଡିଶାରେ ସରକାର କରିଥିବା ଏହି ନିୟମ କେବଳ ମନ୍ଦିର ପାଇଁ ଲାଗୁକରିଛନ୍ତି । ଓଡିଶାରେ ଥିବା ମସଜିଦ ବା ଚର୍ଚ୍ଚକୁ ଯିବାକୁ ହେଲେ ସେପରି କୌଣସି କରୋନା ନେଗେଟିଭ ରିପୋର୍ଟର ଆବଶ୍ୟକତା ପଡୁନାହିଁ । ଏପରି ପକ୍ଷପାତିତା ପଛରେ କାରଣ କଣ ବୁଝାପଡୁନାହିଁ । କେଉଁ ଅଜଣା କାରଣ ପାଇଁ ରାଜ୍ୟ ସରକାର ମନ୍ଦିର ଗୁଡିକ ପାଇଁ ଏପରି ଏକ ପାଖିଆ ତଥା ହିନ୍ଦୁ ଭାବନା ବିରୋଧୀ ଆଇନ କରିଛନ୍ତି ତାହା ବୁଝାପଡୁନାହିଁ । ସମ୍ବିଧାନର ଧାରା ୯, ସମ୍ବିଧାନର ଧାରା ୨୫, ଧାରା ୨୬ର ଖୋଲା ଉଲଙ୍ଘନ କରି ହିନ୍ଦୁମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO