
ଖୋର୍ଦ୍ଧା– କ୍ରାଇମବ୍ରାଂଚ ଏସଟିଏଫ ପକ୍ଷରୁ ଖୋର୍ଦ୍ଧା ବାଇପାସ୍ ନିକଟ ଜାତୀୟ ରାଜପଥରେ ଚଢ଼ଉ କରାଯାଇ ୧ କେଜି ୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଘଟଣାରେ ଅଭିଯୁକ୍ତ ସେକ୍ ଅନୱାରକୁ ଗିରଫ କରାଯାଇଛି । ତେବେ ଏହି ର୍ୟାକେଟ୍ ପଛରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହା କେଉଁଠିକୁ ଚାଲାଣ କରାଯାଉଥିଲା ଏସଟିଏଫ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି ।