
ପୁରୀ,ଭାରତୀୟ ପ୍ରଶାସନିକ ସେବାରେ ଥାଇ ମଧ୍ୟ ଗୋ ଭକ୍ତିକୁ ନିଜର କର୍ତ୍ତବ୍ୟ ରୂପେ ପାଳନ କରିଥିବା ଜିଲ୍ଲାପାଳ ବଲୱନ୍ତ ସିଂ ନିଜ ନିବାସରେ ପ୍ରତ୍ୟେହ ଗୋସେବା କରୁଥାନ୍ତି |ଆଜି ଗୋବିନ୍ଦ ଗୋଧାମ ଗୋଶାଳା ର ମୁଖ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ ଜିଲ୍ଲାପାଳ ଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରୁଥିବା ବେଳେ ଜିଲ୍ଲାପାଳ ଙ୍କ ଗୋଶାଳା ପରିଦର୍ଶନ କରି ଗୋମାତା ଙ୍କ ଦର୍ଶନ କରିଥିଲେ |ଏହି ପରିପ୍ରେକ୍ଷୀରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ଅତ୍ୟନ୍ତ ଖୁସି ହୋଇ ଗୋବିନ୍ଦ ଗୋଧାମ ଗୋଶାଳା ଏବଂ ଜିଲ୍ଲାପାଳ ଙ୍କ ନିବାସ କୁ ସମାନତା ଆଣି ଅତି ପ୍ରସନ୍ନ ହୋଇ ଗୋମାତା ଙ୍କ ଆଶୀର୍ବାଦ ଜିଲ୍ଲାପାଳ ଙ୍କୁ ମିଳୁ ଏବଂ ଯେଉଁଠିକୁ ମଧ୍ୟ ଯାଉଛନ୍ତି ଗୋସେବା ରେ ନିଜକୁ ନିୟୋଜିତ କରନ୍ତୁ ବୋଲି ନିଜର ଆଶା ପ୍ରସନ୍ନ କରିଥିଲେ |ଏହି ସମୟରେ ଆସନ୍ତା କାଲି ଗୋବିନ୍ଦ ଗୋଧାମ ଗୋଶାଳା ରେ ଉଦଘାଟନ ହେବାକୁ ଯାଉଥିବା ରାଷ୍ଟ୍ରିୟ ରାମାୟଣ ମହୋତ୍ସବ ସମ୍ପର୍କରେ ଚର୍ଚ୍ଚା କରାଯିବା ସହିତ ସମସ୍ତ କାର୍ଯ୍ୟର ନିରୀକ୍ଷଣ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO