ହିଞ୍ଜିଳିକାଟୁ (ଗଞ୍ଜାମ)- ସରକାର ଙ୍କ ନୂତନ ଭାବେ ଘୋଷଣା ହୋଇଥିବା ମୋଟର ଯାନ ଆଇନ କୁ ରାଜ୍ୟ ରେ କଡାକଡ଼ି ପାଳନ କରାଯାଉଥିବା ବେଳେ l ନୂତନ ମୋଟର ଯାନ ଆଇନ ଅନୁଯାଇ ଗାଡି ର ଅବଶ୍ୟକ ପ୍ରଣାମ ପତ୍ର ବିନା ଗାଡି ଚାଳନା କଲେ ଦଣ୍ଡ ବିଧାନ ସହ ଜାରିମାନା ଦେବା ର ନିୟମ କରଯାଇଥିବା ବେଳେ l ଗାଡି ର ଅବଶ୍ୟକୀୟ ପ୍ରମାଣ ପତ୍ର କରିବା ପାଇଁ ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ଓ ହିଞ୍ଜିଳିକାଟୁ ବ୍ଲକ ପ୍ରଶାସନ ମିଳିତ ସହଯୋଗ ରେ ତିନିଦିନ ଧରି ଚାଲିଥିବା ମୋଟର ଯାନ ସେବା ଆଜି ଶେଷ ହୋଇଛି l ଆୟୋଜିତ ଶିବିର ର ଶେଷ ଦିବସ ରେ 425ଜଣ ଙ୍କୁ ଗାଡି ଶିକ୍ଷଣ ପ୍ରମାଣପତ୍ର, 579ଜଣ ଙ୍କୁ ପ୍ରଦୂଷଣ ପ୍ରମାଣ ପତ୍ର, 11ଜଣ ଙ୍କୁ ଗାଡି ବୀମା ପ୍ରଦାନ କରାଯାଇଥିଲା l ଗାଡି ର ଅବଶ୍ୟକୀୟ ପ୍ରମାଣ ପତ୍ର କରିବାକୁ ଭିଡ଼ ଲାଗୁଥିବା ବେଳେ ବରିଷ୍ଠ ନାଗରିକ, ମହିଳା, ଭିନ୍ନକ୍ଷମ ମାନଙ୍କ ପାଇଁ କୋଣସି ସୁବିଧା ନଥିବା ବେଳେ କେତକ ବ୍ଲକ କର୍ମଚାରି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଓ ବରିଷ୍ଠ ନାଗରିକ ଙ୍କୁ ଦୂରବ୍ୟବହାର କରିଥିବା ଦେଖିବାକୁ ମିଳିଛି l ରାଜ୍ୟ ସରକାର ଲୋକଙ୍କ ନିକଟତର ହେବା ପାଇଁ ବହୁ ଯୋଜନା କରୁଥିବା ବେଳେ l ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଦୂରବ୍ୟବହାର ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l ଉକ୍ତ କାର୍ଯ୍ୟକ୍ରମ କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କର୍ମଚାରି, ବ୍ଲକକର୍ମ ଚାରି, ତ୍ରିରଙ୍ଗା ଯୁବକ ସଙ୍ଘ କର୍ମକର୍ତ୍ତା, ପୋଲିସ ପ୍ରଶାସନ ସହଯୋଗ କରିଥିଲେ l
Related Stories
November 24, 2024