
ଭଦ୍ରକ – ନାରୀ ଶିକ୍ଷା ହó ଶ୍ରେଷ୍ଠ ଶିକ୍ଷା, ନାରୀର ସମ୍ମାନ ହó ଜାତୀୟ ସମ୍ମାନ। ଯୁଗ ଯୁଗ ଧରି ଆର୍ଯ୍ୟ ମୁନି ଋଷିମାନେ ନାରୀକୁ ମା’ର ସମ୍ମାନ ଦେଇ ଆସିଛନ୍ତି। ନାରୀ ଶିକ୍ଷିତ ହେଲେ ପରିବାର ଓ ସମାଜ ଶିକ୍ଷିତ ହେବ। ସେଥିପାଇଁ ନାରୀକୁ ସମାଜର ପଥପ୍ରଦର୍ଶିକା ବୋଲି କୁହାଯାଇଛି। େଯଉଁ ଜାତି ଓ େଯଉଁ ସଭ୍ୟତା ନାରୀ ଜାତିକୁ େଯତେ ସମ୍ମାନ କରିଛି, ସେହି ଜାତି ସେତିକି ଉନ୍ନତି କରିଛି ବୋଲି ଆଜିର ସଭାରେ ଉପସ୍ଥିତ ଅତିଥିମାନେ ନିଜ ନିଜର ମତ ରଖôଥିଲେ। ଭଦ୍ରକର ବାଇପାସ୍ ‘ଗୀତା ଭବନ’ ଠାରେ ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ସଭାପତିତ୍ବରେ ଇଂ ଅଭୟ ସୂତାର, ଅଧ୍ଯାପକ ସୁକାନ୍ତ ପାଣିଗ୍ରାହୀ, ଆଦର୍ଶ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ଜୟନ୍ତୀ ପଣ୍ଡା, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ସନ୍ଧ୍ୟାରାଣୀ ମହାପାତ୍ର, ସୁବାସିନୀ ଦାସ ପ୍ରମୁଖ ଉପସ୍ଥିତ ରହି ବାଳିକା ଶିକ୍ଷା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆଦର୍ଶ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କୁ ଓଡ଼ିଶା ରାଜ୍ୟ ପୂଜ୍ୟପୂଜା ପରିଷଦ ତରଫରୁ ‘ମାଟିର ମହକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଶ୍ରୀମତୀ ପଣ୍ଡା ଏକାଧାରରେ ଜଣେ ଶିକ୍ଷା ସଂସ୍କାରକ, କବୟିତ୍ରୀ, ଆଦର୍ଶ ଶିକ୍ଷୟିତ୍ରୀ, ସମାଜସେବୀ, ସଂଗଠକ ତଥା ପରୋପକାରିଣୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଶେଷରେ ଆନୁଷ୍ଠାନିକ ଭାବେ ଓମ୍କ୍ରିଷ୍ଣା ତ୍ରିପାଠୀ ଧନ୍ୟବାଦ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସ୍ବାଗତିକା ଦାଶ, କାବେରୀ ସାହୁ, ସୁବୋଧ କୁମାର ଜେନା, ଅଜୟ କୁମାର ନାୟକ ପରିଚାଳନା କରିଥିଲେ।