
କଟକ– କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳର ବିଜେପି ନେତା କୂଳମଣି ବରାଳଙ୍କୁ ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ୧୨ ଜଣକ ନାମରେ ଏତଲା ହୋଇଛି । କୂଳମଣିଙ୍କ ପୁଅ ରମାକାନ୍ତ ବରାଳ ଏନେଇ ଥାନାରେ ୧୨ ଜଣଙ୍କ ନାମରେ ଏତଲା କରିଛନ୍ତି । ଏତଲାକୁ ଭିତି କରି ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଜଣକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।