ଭଦ୍ରକ – ଏହି ଜିଲାର ତିହିଡି ଅଂଚଳରେ ଥିବା ପ୍ରାୟ ୨୦ ରୁ ଉଦ୍ଧ୍ର୍ବ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ନିଜ ବ୍ୟବସାୟର ପସରା ମେଲାଇଛନ୍ତି। ଏହି ସଂସ୍ଥା ଗୁଡିକ ମହିଳାମାନଙ୍କ ଋଣ ପରିଶୋଧର ସାମର୍ଥ୍ୟକୁ ବିଚାର ନକରି ମନଇଚ୍ଛା ଋଣ ପ୍ରଦାନ କରିବାରେ ଲାଗିଛନ୍ତି। ଯାହାଫଳରେ ଆଣିଥିବା ଋଣ ଠିକଣା ସମୟରେ ପରିଶୋଧ କରିନପାରି ମହିଳାମାନେ ନାନା ଭାବରେ ନିର୍ଯ୍ୟାତନାର ଶୀକାର ହେଉଛନ୍ତି। ଏମିତିକି ଋଣ ପରିଶୋଧ ଭୟରେ ସେମାନେ ଗାଁ ଛାଡି ଅନ୍ୟତ୍ର ପଳାୟନ କରୁଛନ୍ତି। ଗତ ପ୍ରାୟ ମାସକ ମଧ୍ଯରେ ତିହିଡି ଅଂଚଳର ମଙ୍ଗରାଜପୁର ଓ ବାରିକବିନ୍ଧା ଗାଁର ୩ଟି ପରିବାରଙ୍କ ଘରେ ତାଲା ଝୁଲୁଥିବା ଦେଖôବାକୁ ମିଳିଛି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନଥିବାରୁ ଏହି ଘରୋଇ ଋଣ ଲଗାଣକାରୀ ସଂସ୍ଥା ଗୁଡିକ ଦିନକୁ ଦିନ ସ୍ବେଚ୍ଛାଚାରୀ ହୋଇ ପଡୁଛନ୍ତି। ଏହି ଋଣ ଲଗାଣକାରୀ ସଂସ୍ଥା ଗୁଡିକ ଗାଁ ଗାଁରେ ମହିଳା ଗ୍ରୁପ୍ର ସଦସ୍ୟା ମାନଙ୍କୁ ଋଣ ଦେଉଥିବା ବେଳେ ସେମାନଙ୍କ ଠାରୁ କିସ୍ତିରେ ଉଭୟ ମୂଳ ଓ ସୁଧ ଟଙ୍କା କଡା ଗଣ୍ଡା କରି ଆଦାୟ କରୁଛନ୍ତି। ସଂସ୍ଥାର କର୍ମଚାରୀ ମାନେ ଗାଁ ଗାଁରେ ବୁଲି ମହିଳାମାନଙ୍କୁ ଗୋଷ୍ଠୀ ମାଧ୍ଯମରେ ସହଜରେ ଓ ଅଳ୍ପ କିଛି କାଗଜପତ୍ରରେ ଋଣ େଯାଗାଇବାର ପ୍ରଲୋଭନ ଦେଖାଉଛନ୍ତି। ଏପରିକି ଗ୍ରୁପ୍ ଗଠନର ନିୟମକୁ ନମାନି ଜଣେ ଜଣେ ମହିଳାଙ୍କୁ ୫ ରୁ ୬ ଟି ଗ୍ରୁପ୍ର ସଦସ୍ୟା କରାଇ ଋଣ ପ୍ରଦାନ କରିବାକୁ କୁଣ୍ଠାବୋଧ କରୁନାହାଁନ୍ତି। ୬୦ ବର୍ଷ ପରେ ଜଣେ ମହିଳା ଗ୍ରୁପ୍ର ସଦସ୍ୟ ରହିପାରିବେ ନାହó ଏବଂ ଜଣେ ମହିଳା ଗୋଟିଏ ଗ୍ରୁପ୍ର ସଦସ୍ୟା ଥିଲାବେଳେ ଅନ୍ୟ କୌଣସି ଗ୍ରୁପ୍ରେ ରହି ନପାରିବାର ନିୟମ ଥିଲେ ମଧ୍ଯ କେବଳ ଋଣ େଯାଗାଇବା ଲକ୍ଷ୍ୟରେ ଏହି ସଂସ୍ଥା ଗୁଡିକ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ଋଣ ପ୍ରଦାନ କରିବାରେ ଲାଗିଛନ୍ତି। ଏମାନେ ଋଣ ନେଉଥିବା ମହିଳା ଗ୍ରୁପ୍ର ସଦସ୍ୟମାନଙ୍କ ଠାରୁ ମୋଟା ଅଙ୍କରେ ସୁଧ ଅସୁଲ କରୁଥିବାବେଳେ ଋଣ ପରିଶୋଧର ସାମର୍ଥ୍ୟ ଥିବା ବା ନଥିବା ଆଦି ବାଛବିଚାର ନକରି ସମସ୍ତଙ୍କୁ ଋଣ ପ୍ରଦାନ କରୁଛନ୍ତି। ଏପରିକି ଋଣ ପ୍ରଦାନ ପାଇଁ ସ୍ବାମୀ ସ୍ତ୍ରୀଙ୍କ ଜଏ ଫଟୋ ସହିତ ଦସ୍ତଖତ ଦରକାର ଥିବାବେଳେ ସ୍ବାମୀଙ୍କ ଦସ୍ତଖତ ଓ ଫଟୋକୁ ଜାଲ କରାଯାଇ ମହିଳାଙ୍କୁ ଋଣ ପ୍ରଦାନ କରାଯାଉଛି। ସେହିପରି ବିଧବା ମହିଳାଙ୍କ ସ୍ବାମୀ ଥିବା ଦର୍ଶାଇ ଓ ଜାଲ ଦସ୍ତଖତ କରାଯାଇ ଋଣ ବି ପ୍ରଦାନ କରାଯାଉଛି। ମହିଳା ଗ୍ରୁପ୍ର ସଦସ୍ୟାମାନଙ୍କୁ ଋଣ ଦେଉଥିବା ଏହି ସଂସ୍ଥା ଗୁଡିକ ପ୍ରଦ ଋଣର ମୂଳ ଓ ସୁଧକୁ ମିଶାଇ ସାପ୍ତାହିକ, ପାକ୍ଷିକ ଓ ମାସିକ କିସ୍ତିରେ ଭାଗ କରି ଟଙ୍କା ଆଦାୟ କରୁଛନ୍ତି। କେବଳ ସେତିକି ନୁହେଁ ସଂସ୍ଥାର କର୍ମଚାରୀମାନେ ଗାଁ ଗାଁରେ ବୁଲି ଏହି ଋଣ ଟଙ୍କା ଅସୁଲ କରୁଥିବା ବେଳେ ଏଥିରେ ବ୍ୟତିକ୍ରମ ହେଲେ ମହିଳାଙ୍କ ପିଣ୍ଡା ବାରଣ୍ଡାରେ ବସିବାକୁ ମଧ୍ଯ ପଛାଉନାହାଁନ୍ତି। ଠିିକ୍ ସମୟରେ କିସ୍ତି ଟଙ୍କା ଦେଇ ପାରୁନଥିବା ଅନେକ ମହିଳା ସମସ୍ତଙ୍କ ଆଗରେ ନିଜକୁ ଅପମାନିତ ବୋଧ କରୁଥିବାବେଳେ ଋଣ ଟଙ୍କାକୁ ନେଇ ସେମାନଙ୍କ ପରିବାରରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଦେଖôବାକୁ ମିଳିଛି। ସେହିପରି ଋଣ ଟଙ୍କା ପରିଶୋଧକୁ ନେଇ ସଂସ୍ଥାର କର୍ମଚାରୀଙ୍କ ସହ ମହିଳା ମଧ୍ଯରେ ଅନେକ ଗାଁରେ ଗଣ୍ଡଗୋଳ ଓ ମାରପିଟ ଆଦି ଘଟିବା ସହ ଥାନା ଯାଏ କଥା ଯାଉଥିବା ପରିଲକ୍ଷିତ ହୋଇଛି। ଏହି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ଉପରେ ଜିଲା ପ୍ରଶାସନର କୌଣସି ଲଗାମ ନ ରହିବା କାରଣରୁ ଏମାନେ ଯାବତୀୟ ବେଆଇନ୍ କାର୍ଯ୍ୟ କରିଚାଲିଛନ୍ତି। ଗାଁର ଅଶିକ୍ଷିତ ଓ ଅସଚେତନ ମହିଳାଙ୍କୁ ଋଣ ପ୍ରଦାନର ପ୍ରଲୋଭନ ଦେଖାଇ ସେମାନଙ୍କୁ ଶୋଷଣ କରିବା ସହ ସଂସ୍ଥା ଗୁଡିକ ମାଲେମାଲେ ହେଉଛନ୍ତି।
Related Stories
November 23, 2024