

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ଷ ୨୦୨୦ ଅନେକ ସମସ୍ୟା ଓ ଆହ୍ୱାନ ସହ ଶେଷ ହୋଇଛି । କରୋନାର ପ୍ରକୋପ ବିଶ୍ୱ, ଦେଶ ଓ ରାଜ୍ୟକୁ ପ୍ରଭାବିତ କରିଛି । କିନ୍ତୁ ଦେଶର ନାଗରିକ ମାନଙ୍କ ସାମୂହିକ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କାରଣରୁ ଆଜି ଦେଶ ସୁରକ୍ଷିତ ହୋଇପାରିଛି । ଦେଶର ଅର୍ଥନୀତି ଧୀରେଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି ।
ଭାରତ ସରକାର କରୋନା ଟୀକା ପ୍ରସ୍ତୁତ ସହ ଅଧିକ ଲୋକଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଯୋଜନା କରିଛନ୍ତି । କରୋନା ଟୀକା ସଠିକ୍ ଭାବେ ଅଧିକ ଲୋକଙ୍କ ପାଖରେ ପହଁଚାଇବା ୨୦୨୧ର ମୂଳ ଯୋଜନା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।