
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏକ କୋ-ପରେଟିଭ୍ ସୋସାଇଟି ଜରିଆରେ ବିଭିନ୍ନ ଲୋକଙ୍କ ଟଙ୍କା ଆଦାୟ କରି ଠକେଇ କରିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଜନଶକ୍ତି ମଲ୍ଟି ଷ୍ଟେଟ୍ ଏଣ୍ଡ ମଲ୍ଟି ପର୍ପସ । କୋ-ପରିଟିଭ୍ ସୋସାଇଟିର କ୍ଲଷ୍ଟର ମୁଖ୍ୟ ନବୀନ ଚନ୍ଦ୍ର ତିୱାରୀ ଓ ବ୍ରହ୍ମପୁର ବ୍ରାଂଚ୍ ମୁଖ୍ୟ ବିଦେଶୀ ବାରିକ ବୋଲି ପୋଲିସ କହିଛି । ନବୀନଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ବିଦେଶୀଙ୍କ ଘର କୋଦଳା ଥାନା ଅନ୍ତର୍ଗତ ନିମିନା ଗ୍ରାମରେ ବୋଲି ଜଣାପଡିଛି ।
ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସେଲଟାକ୍ସ ଛକରେ ଏହି କୋ-ପରେଟିଭ୍ ସୋସାଇଟି ରହିଛି । ସୋସାଇଟିର ସଦସ୍ୟଙ୍କୁ ଏହି ସଂସ୍ଥା ଜରିଆରେ ଋଣ ଦିଆଯାଉଥିବା ବେଳେ ଗ୍ରାହକ ମାନେ ଏଠାରେ ଟଙ୍କା ଜମା କରିଥାନ୍ତି । ଏହିଭଳି ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜମା ଟଙ୍କା ଆଦାୟ କରିଥିଲା ସଂସ୍ଥା । କେତେକ ଲୋକଙ୍କୁ ଯେଉଁ ବଣ୍ଡ୍ ଦିଆଯାଇଥିଲା, ସେଥିରେ ଟଙ୍କାର ପରିମାଣ କମ୍ ଉଲ୍ଲେଖ ରହିଥିବା ବେଳେ ଆହୁରି ବହୁ ଜମାକାରୀ ବଣ୍ଡ ପାଇନଥିଲେ । ଏନେଇ ବହୁ ଗ୍ରାହକ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା । ଶେଷରେ ଆଙ୍କୁଲିର ଚିତରଞ୍ଜନ ମହାପାତ୍ର ଘଟଣା ସମ୍ପର୍କରେ ଗତ ଅକ୍ଟୋବର ମାସରେ ବୈଦ୍ୟନାଥପୁର ଥାନାରେ ଏତଲା କରିଥିଲା । ପୋଲିସ ଏତଲାକୁ ଭିତି କରି ଏକ ମାମଲା ରୁଜ୍ଜୁ କରିବା ସହ ଏହି ଅର୍ଥ ଠକେଇ ମାମଲାର ତଦନ୍ତ ଆରମ୍ଭ କରିଥିଲା । ବର୍ତମାନ ବୈଦ୍ୟନାଥ ପୁର ଥାନା ପୋଲିସ ସଂସ୍ଥାର ଦୁଇ ଅଧିକାରୀଙ୍କୁ ଗିରଫ କରିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO