

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସେଲଟାକ୍ସ ଛକରେ ଏହି କୋ-ପରେଟିଭ୍ ସୋସାଇଟି ରହିଛି । ସୋସାଇଟିର ସଦସ୍ୟଙ୍କୁ ଏହି ସଂସ୍ଥା ଜରିଆରେ ଋଣ ଦିଆଯାଉଥିବା ବେଳେ ଗ୍ରାହକ ମାନେ ଏଠାରେ ଟଙ୍କା ଜମା କରିଥାନ୍ତି । ଏହିଭଳି ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜମା ଟଙ୍କା ଆଦାୟ କରିଥିଲା ସଂସ୍ଥା । କେତେକ ଲୋକଙ୍କୁ ଯେଉଁ ବଣ୍ଡ୍ ଦିଆଯାଇଥିଲା, ସେଥିରେ ଟଙ୍କାର ପରିମାଣ କମ୍ ଉଲ୍ଲେଖ ରହିଥିବା ବେଳେ ଆହୁରି ବହୁ ଜମାକାରୀ ବଣ୍ଡ ପାଇନଥିଲେ । ଏନେଇ ବହୁ ଗ୍ରାହକ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା । ଶେଷରେ ଆଙ୍କୁଲିର ଚିତରଞ୍ଜନ ମହାପାତ୍ର ଘଟଣା ସମ୍ପର୍କରେ ଗତ ଅକ୍ଟୋବର ମାସରେ ବୈଦ୍ୟନାଥପୁର ଥାନାରେ ଏତଲା କରିଥିଲା । ପୋଲିସ ଏତଲାକୁ ଭିତି କରି ଏକ ମାମଲା ରୁଜ୍ଜୁ କରିବା ସହ ଏହି ଅର୍ଥ ଠକେଇ ମାମଲାର ତଦନ୍ତ ଆରମ୍ଭ କରିଥିଲା । ବର୍ତମାନ ବୈଦ୍ୟନାଥ ପୁର ଥାନା ପୋଲିସ ସଂସ୍ଥାର ଦୁଇ ଅଧିକାରୀଙ୍କୁ ଗିରଫ କରିଛି ।