
ଝିଅମାନଙ୍କୁ ସମାନତା ପ୍ରଦାନର ପରମ୍ପରା ପରିବାର ଭିତରୁ ଆରମ୍ଭ ହେବା ଆବଶ୍ୟକ
ଭୁବନେଶ୍ୱର – ସମାଜର ବିଭିନ୍ନ ସ୍ତରରେ ଝିଅମାନେ ସୁନାମ ଅର୍ଜନ କଲେଣି । ଉଡାଜାହାଜ ପାଇଲଟ୍ ହେବାଠାରୁ ମହାକାଶ ଗବେଷଣା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଝିଅମାନେ ନିଜର ଦକ୍ଷତା ପ୍ରଦର୍ଶନ କଲେଣି । ସେମାନଙ୍କ ମଧ୍ୟରେ ଥିବା ଶକ୍ତି ଏବଂ ସାମର୍ଥ୍ୟର ସଂପୂର୍ଣ୍ଣ ଉପଯୋଗ କରି ଆମେ ଏକ ଉନ୍ନତ ସମାଜ ଓ ରାଷ୍ଟ୍ର ନିର୍ମାଣ କରିପାରିବା । ଝିଅମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଏବଂ ଅଧିକାର ମିଳିବା ଆବଶ୍ୟକ ଏବଂ ଏହି ସମାନତା ପ୍ରଦାନର ସୁସ୍ଥ ପରମ୍ପରା ପ୍ରତି ପରିବାରରୁ ଆରମ୍ଭ ହେବା ଉଚିତ ବୋଲି ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଶୁକ୍ରବାର ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ “ସେଭ୍ ଦି ଚିଲ୍ଡ୍ରେନ୍’ର ମିଳିତ ସହଯୋଗରେ ଆୟୋଜିତ ଅନ୍ତର୍ଜାତୀୟ ବାଳିକା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡ. ମିନତି ବେହେରା କହିଲେ, ଝିଅମାନଙ୍କ ମାଧ୍ୟମରେ ସମାଜରେ ପରିବର୍ତନ ସମ୍ଭବ । ଯଦି ଗୋଟିଏ ଝିଅର ମାନସିକ-ଶାରୀରିକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଉପଯୁକ୍ତ ଧ୍ୟାନ ଦିଅ ।ଯାଏ, ତେବେ ପରବର୍ତୀ ସମୟରେ ସେହି ଝିଅ ସମାଜ ପାଇଁ ବରଦାନ ସଦୃଶ ହୋଇଥାଏ । ଏହାକୁ ଉପଲବ୍ଧି କରି ପ୍ରତ୍ୟେକ ପିତାମାତା ଝିଅମାନଙ୍କ ଲାଳନପାଳନ ପାଇଁ ବିଶେଷ ଯତ୍ନବାନ ହେବା ଆବଶ୍ୟକ ।
ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଲେ, ଝିଅ ଏବଂ ପୁଅମାନଙ୍କ ମଧ୍ୟରେ କୌଣସି ତାରତମ୍ୟ ରହିବା ଉଚିତ ନୁହେଁ । ଝିଅଟି ଭିତରେ ଆତ୍ମବଳ ଏବଂ ଆତ୍ମବିଶ୍ୱାସ ଭରି ଦେବାରେ ପିତାମାତାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅନ୍ୟମାନଙ୍କ ମଧ୍ୟରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ, ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ସୁଲତା ଦେଓ, ରାଜ୍ୟ ସରକାରଙ୍କ ଶିଶୁ କଲ୍ୟାଣ ପରିଷଦର ସଦସ୍ୟ ସଚିବ କୁମାର ସୁଲତାନ, “ସେଭ୍ ଦି ଚିଲ୍ଡ୍ରେନ୍’ ସ୍ୱେଚ୍ଛାସେବୀ ସଂସ୍ଥାର କିଶୋର କାର୍ଯ୍ୟକ୍ରମର ମୁଖ୍ୟ ଶ୍ରୀ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉଦ୍ବୋଧନ ଦେଇ ମହିଳା ସଶକ୍ତିକରଣରେ ପୁରୁଷମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ ଏବଂ ଝିଅମାନେ ନିଜ ଅଧିକାର ସାବ୍ୟସ୍ତ କରିବା ଦିଗରେ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।
ଓଡ଼ିଶା ଖୋ-ଖୋ ବାଳିକା ଟିମ୍ର ·ମ୍ପିଅନ୍ ଅନନ୍ୟା ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ ।
ଜାତିସଂଘ ଦ୍ୱାରା ଘୋଷଣା କରାଯିବା ପରେ ୨୦୧୨ ମସିହାରୁ ଅ ।ନ୍ତର୍ଜାତିକ ବାଳିକା ଦିବସ ପାଳନ କରାଯାଉଛି ଏବଂ ଚଳିତ ବର୍ଷର ଥିମ୍ ରହିଛି “ଅଜେୟ ଏବଂ ଅବର୍ଣ୍ଣନୀୟ-ବାଳିକା ଶକ୍ତି’ । ବାଳିକାମାନଙ୍କ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ମାନବିକ ଅଧିକାର ପୂରଣ ଦିଗରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଆଭିମୁଖ୍ୟ ।
ଏହି ଅବସରରେ ବାଲ୍ୟବିବାହ ନିରୋଧ କ୍ଷେତ୍ରରେ “ସେଭ୍ ଦି ଚିଲ୍ଡ୍ରେନ୍’ ପକ୍ଷରୁ ଓଡ଼ିଶା, ବିହାର ଏବଂ ରାଜସ୍ଥାନରେ କାର୍ଯ୍ୟ କରୁଥିବା ପ୍ରକଳ୍ପ ସଂଯୋଜକମାନେ ମତବ୍ୟକ୍ତ କରିଥିଲେ । ସେହିଭଳି ନୂଆପଡ଼ାର ଶାଲିନୀ ସାହୁ, କେନ୍ଦ୍ରାପଡ଼ାର ଶୁଭସ୍ମିତା ତ୍ରିପାଠୀ ଏବଂ କନ୍ଧମାଳର ଜୁଲିମା ମଲ୍ଲିକ ପ୍ରମୁଖ ତିନିଜଣ ବାଳିକା ବାଲ୍ୟବିବାହ ପ୍ରତିରୋଧ କ୍ଷେତ୍ରରେ ସଚେତନତା ସୃଷ୍ଟି ସଂପର୍କରେ ନିଜର ଅନୁଭୂତି ବଖାଣିଥିଲେ । ଅଧାରୁ ପାଠ ଛାଡ଼ୁଥିବା ଝିଅମାନଙ୍କୁ ପୁଣି ସ୍କୁଲରେ ଭର୍ତି କରିବା, ବାଲ୍ୟବିବାହ ରୋକିବା ଭଳି ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ୨୫ ଜଣ ବାଳିକାଙ୍କୁ ଏକ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ସ୍ୱେଚ୍ଛାସେବୀ ଅନୁÂାନର ପ୍ରତିନିଧି ତଥା କିଶୋରୀ ଏବଂ ରାଜ୍ୟର କୋଣ-ଅନୁକୋଣରୁ ଶିଶୁ ·ମ୍ପିଅନ୍ମାନେ ଯୋଗ ଦେଇଥିଲେ ।