
ହରିଚନ୍ଦନପୁର,କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ମୟୁରଭଞ୍ଜ ରଙ୍ଗମାଟିଆ ଅଞ୍ଚଳରୁ ଏହି ଯୁବକମାନେ ବଳଦ କିଣିବା ପାଇଁ ବୋଲେରୋ ଯୋଗେ ବିଳମ୍ବିତ ରାତିରେ ପିଠାଗୋଳା ଅଞ୍ଚଳକୁ ଆସୁଥିଲେ । କୌଣସି କାରଣରୁ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଗଛରେ ଧକ୍କା ଦେଇଥିଲା । ଧକ୍କା ହେବାର ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳକୁ ଯାଇ ସମସ୍ତ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସତ୍ୟତା ଜାଣିବା ପାଇଁ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO